ହଦଗଡ ଜଳଭଣ୍ଡାରରୁ ୨ଟି ଗେଟରେ ପାଣି ଛଡାଗଲା
ହାଟଡିହି (ଓ୍ବାଇଏନଏସ): ସାଳନ୍ଦୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହଦଗଡ ଜଳଭଣ୍ଡାର ର ଜଳସ୍ତର ବୃଦ୍ଧି ପାଉଥିବାରୁ ହଦଗଡ ଜଳଭଣ୍ଡାର ୮ଟି ଗେଟ ମଧ୍ୟରୁ ୨ଟି ଗେଟରେ ଆଜି ପାଣି ଛଡାଯାଇଛି। ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ସୁଚନା ଅନୁଯାଇ ଆଜି ଜଳଭଣ୍ଡାର ବିପଦ ସଙ୍କେତ ୮୨.୦୩ ମିଟର ଥିବାବେଳେ ବର୍ତ୍ତମାନ ସୁଧା ଜଳସ୍ତର ୭୫.୦୮ ମିଟର ରହିଛି । ଆଜି ଜଳଭଣ୍ଡାର ଭିତରକୁ ୧୮୦୦ ଘନଫୁଟ ପାଣି ପ୍ରବେଶ କରୁଥିବା ବେଳେ ୨ଟି ଗେଟ ଦେଇ ୧୮୦୦ ଘନଫୁଟ ପାଣି ଛଡ଼ା ଯାଉଛି। ଆଗକୁ ଅଧିକ ବର୍ଷାର ସମ୍ଭାବନା ଥିବାରୁ ଜଳଧାରଣ କ୍ଷମତା ରେ ସନ୍ତୁଳନ ରକ୍ଷା ପାଇଁ ଏହି ପଦକ୍ଷେପ ନିଆ ଯାଇଛି ବୋଲି ଅଧିକ୍ଷଣ ଯନ୍ତ୍ରୀ ଭାଗିରଥି ପାତ୍ର ସୁଚନା ଦେଇଛନ୍ତି। ବହୁ କମ୍ ପାଣି ଛଡ଼ା ଯାଇଥିବାରୁ ତଳ ଅଞ୍ଚଳ ପାଇଁ କିଛି ବିପଦ ସୃଷ୍ଟି କରିବ ନାହିଁ ବୋଲି କହିଛନ୍ତି।