ଓକିଲ ସଂଘ ପକ୍ଷରୁ ବିଚାରପତିଙ୍କୁ ସ୍ୱାଗତ ଓ ବିଦାୟ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍) ଆସିକା ବିଚାରବିଭାଗୀୟ ଅଦାଲତରେ ବରିଷ୍ଠ ଦେୱାନୀ ବିଚାରପତି ରୂପେ ସୁକାନ୍ତ କିଶୋର ଜେନା ଦାୟିତ୍ୱ ଗ୍ରହଣ କରିସାରିଛନ୍ତି । ଏହି ଅବସରରେ ଆସିକା ଓକିଲ ସଂଘ ପକ୍ଷରୁ ବୁଧବାର ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ବରିଷ୍ଠ ଦେୱାନୀ ବିଚାରପତି ସୁକାନ୍ତ କିଶୋର ଜେନାଙ୍କୁ ସ୍ୱାଗତ ଓ ବିଦାୟୀ ବରିଷ୍ଠ ଦେୱାନୀ ବିଚାରପତି ସୌଦାମିନୀ ବିଶ୍ୱାଳଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଆସିକା ଓକିଲ ସଂଘର ସଭାପତି ଅଜିତ୍ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱାଗତ ଓ ବିଦାୟ ସମ୍ବର୍ଦ୍ଧନା ସଭାରେ ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ବରିଷ୍ଠ ଦେୱାନୀ ବିଚାରପତି ସୁକାନ୍ତ କିଶୋର ଜେନା, ବିଦାୟ ବରିଷ୍ଠ ଦେୱାନୀ ବିଚାରପତି ସୌଦାମିନୀ ବିଶ୍ୱାଳ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ତୃପ୍ତି ଦାଶ, କନିଷ୍ଠ ଦେୱାନୀ ବିଚାରପତି ଝିଲିଲୀନା ନାୟକ, ଆସିକା ଓକିଲ ସଂଘର ଉପସଭାପତି ଛବିଳରାମ ମିଶ୍ର ଓ ସଂପାଦକ ନାରାୟଣ ମୁନି ପ୍ରମୁଖ ମଂଚାସୀନ ଥିଲେ । ଆସିକା ଓକିଲ ସଂଘର ସଭାପତି ଅଜିତ୍ କୁମାର ଚୌଧୁରୀ, ସଂପାଦକ ନାରାୟଣ ମୁନି, ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା, ରବିନ୍ଦ୍ରନାଥ ଶର୍ମା, ପି.ରବିନ୍ଦ୍ର କୁମାର ପାତ୍ର, ପ୍ରଶାନ୍ତ କୁମାର ଦାଶ ପ୍ରମୁଖ ଯୋଗଦେଇ ଆସିକାର ଐତିହ୍ୟ ଏବଂ ସଂସ୍କୃତି ଉପରେ ଆଲୋକପାତ କରିବା ସାଙ୍ଗକୁ ବିଦାୟୀ ବରିଷ୍ଠ ଦେୱାନୀ ବିଚାରପତି ସୌଦାମିନୀ ବିଶ୍ୱାଳଙ୍କ ସାଧୁତା, ସଚ୍ଚୋଟତା ଓ ନ୍ୟାୟବନ୍ତ ତଥା ନିରପେକ୍ଷ ବିଚାରଧାରା ସମେତ ବହୁମୁଖୀ ଗୁଣାବଳୀ ଉପରେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଆସିକା ଓକିଲ ସଂଘ ପକ୍ଷରୁ ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ବରିଷ୍ଠ ଦେୱାନୀ ବିଚାରପତି ସୁକାନ୍ତ କିଶୋର ଜେନାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବରିଷ୍ଠ ଦେୱାନୀ ବିଚାରପତି ସୁକାନ୍ତ କିଶୋର ଜେନା ଓକିଲ ସଂଘ କାର୍ଯ୍ୟାଳୟ ନିକଟରେ ଥିବା ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆସିକା ଓକିଲ ସଂଘର ଯୁଗ୍ମ ସଂପାଦକ ମାନସପୂର୍ଣ୍ଣ ଆଚାର୍ଯ୍ୟ ଓ ଲାଇବ୍ରେରୀ ସଂପାଦକ ସନ୍ତୋଷ କୁମାର ମିଶ୍ର, ଆଇନଜୀବୀ ସଂଯୁକ୍ତା ପୃଷ୍ଟି, ମଧୁସ୍ମିତା ନାୟକ, ଅରୁଣ କୁମାର ପଣ୍ଡା, ପି.ଚନ୍ଦ୍ରଶେଖର ପାତ୍ର, ପି.ଶିବଶଙ୍କର ପାତ୍ର, କାଳିଚରଣ ଦାଶ, ଦିଲୀପ କୁମାର ପାଣିଗ୍ରାହୀ, ଶିବଶଙ୍କର ମହାନ୍ତି, ପ୍ରଶାନ୍ତ କୁମାର ଚର୍ଚ୍ଚି, ଲଳିତ ମୋହନ ଦାଶ, ଚିତ୍ତରଂଜନ ଦାଶ, ଚିନ୍ତାମଣି ମେକାପ୍, ମାନସ ରଂଜନ ଗୌଡ, ପୂର୍ଣ୍ଣଚନ୍ଦ୍ର ନାୟକ, କେ.ବ୍ରହ୍ମାନନ୍ଦ ରାଓ, ନାରାୟଣ ହୋତା, ଦେବରାଜ ମିଶ୍ର, ସୁଧାଂଶୁ କୁମାର ପାଣିଗ୍ରାହୀ, ପ୍ରଭାତ କୁମାର ପାଢୀ, ମହେଶ୍ୱର ବେହେରା, ଏନ୍.ଯଜେ୍ଞଶ୍ୱର ଆଚାରୀ, ରାମପ୍ରସାଦ ମିଶ୍ର, ନିଳାମ୍ବର ବେହେରା, ଶିବଶଙ୍କର ମହାନ୍ତି, କାଳୁଚରଣ ଜେନାଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା।