ବ୍ରହ୍ମପୁରରୁ ଉଧନାକୁ ଅମ୍ରିତ ଭାରତ ନୂତନ ଟ୍ରେନକୁ ସ୍ୱାଗତ ଓ ଉଦଘାଟନ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ରେଳ ଷ୍ଟେସନ ଠାରେ ଓଡ଼ିଶାର ବ୍ରହ୍ମପୁର ଠାରୁ ଗୁଜୁରାଟର ଉଧନାକୁ ନୂତନ ଭାବେ ଆରମ୍ଭ ହୋଇଥିବା ଅମ୍ରିତ ଭାରତ ଟ୍ରେନକୁ ସ୍ୱାଗତ ଓ ଉଦଘାଟନ କରାଯାଇଛି, ଏହି ଅବସରରେ ସମ୍ବଲପୁର ଡିଭିଜନର ଡିଭିଜନାଲ ଇଞ୍ଜିନିଅର ଗୌରଭ କୁମାର ୟାଦବ ତତ୍ୱାବଧାନ ଓ କୋମରସିଆଲ ଇନିସ୍ପେକ୍ଟର ରୋହିତ ମହାଲିଙ୍ଗଙ୍କ ସଂଯୋଜନାରେ ଷ୍ଟେସନ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥିଭାବେ ବିଧାୟକ ନୀଳ ମାଧବ ହିକକା ଉପସ୍ଥିତ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିଭାବେ କୋରାପୁଟ ଏମପିଙ୍କ ମୁନିଗୁଡା ବ୍ଲକ ପ୍ରତିନିଧି ରଜନୀକାନ୍ତ ପାଡାଲ, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବେହେରା, ପ୍ରେସ କ୍ଳବ ସଭାପତି ରାଜୀବ ଲୋଚନ ଦାସ,ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ,କଂଗ୍ରେସ ବ୍ଲକ ସଭାପତି ନୀଳାମ୍ବର ବିଭାର, ସମାଜସେବୀ ପ୍ରଦୀପ ପରିଛା ପ୍ରମୁଖଙ୍କ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ l ପରେ ସରକାରଙ୍କ ଦ୍ୱାରା ରେଳ ବିଭାଗରେ ପ୍ରଣୟନ ହେଉଥିବା ବିଭିନ୍ନ ଯୋଜନା ଓ ଏହାର ଉର୍ଣ୍ଣୟନ ମୂଳକ କାର୍ଯ୍ୟ ଉପରେ ରେଳ ବିଭାଗ ଅଧିକାରୀ ମାନେ ସୂଚନା ଦେଇଥିଲେ l ବିଧାୟକ ମୁନିଗୁଡାର ବସଷ୍ଟାଣ୍ଡ ନିକଟସ୍ଥ ରେଳ ଫାଟକ ଠାରେ ଏକ ଅଭର ବ୍ରିଜ ରାସ୍ତା ଓ ଭୁତଳ ପାଇଁ ଦାବି ଜଣାଇଥିଲେ l ପରେ ଓଡ଼ିଶାର ବ୍ରହ୍ମପୁର ଠାରୁ ଗୁଜୁରାଟର ଉଧନାକୁ ନୂତନ ଭାବେ ଆରମ୍ଭ ହୋଇଥିବା ଅମ୍ରିତ ଭାରତ ଟ୍ରେନକୁ ମୁଖ୍ୟ ଅତିଥି ଶ୍ରୀ ହିକକା ସବୁଜ ପତାକା ଦେଖାଇ ଶୁଭାରମ୍ଭ ଓ ଉଦଘାଟନ କରିଥିଲେ l ଏହି ଟ୍ରେନରେ ଦୂର ଯାତ୍ରା ପାଇଁ ଉନ୍ନତ ବ୍ୟବସ୍ଥା ସହିତ ଆଧୁନିକ କୋଚ ମଧ୍ୟ ରହିଥିବା ବେଳେ ଟ୍ରେନଟି ସପ୍ତାହକୁ ଥରେ ଯାତାୟାତ କରିବ। ଟ୍ରେନଟି ରବିବାର ରାତ୍ରି ୧୧ଟା ୪୫ରେ ଉଧନାରୁ ଛାଡିବ। ସୋମବାର ଅପରାହ୍ନ୧ଟା ୫୫ରେ ବ୍ରହ୍ମପୁର ପହଞ୍ଚିବ ସେହିପରି ବ୍ରହ୍ମପୁରରୁ ଏହା ସୋମବାର ରାତ୍ରି ୧୧ଟା ୪୫ରେ ସୁରଟ ଅଭିମୁଖେ ଯାତ୍ରା କରିବ ବୋଲି ଜଣାପଡିଛି l ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଡିଭିଜନାଲ ଇଞ୍ଜିନିଅର ରବି କିର୍ତ୍ତୀ,କନିଷ୍ଠଯନ୍ତ୍ରୀ ମହାନ୍ତି ରାମରାଓ ଟେଲିକମ କନିଷ୍ଠଯନ୍ତ୍ରୀ ଆଶିଷ ୟାଦବ,ମୁଖ୍ୟ ସ୍ୱାସ୍ଥ୍ୟ ପରିଦର୍ଶକ ରାଜେନ୍ଦ୍ର ତାସିୱାଲ,ଷ୍ଟେସନ ମେନେଜର ଧୀରେନ୍ଦ୍ର କିଷାନ,ମୁନିଗୁଡା ଆରପିଏଫ ଅଫିସର ଏନ.ଏସ.ମିନା,ସି.ଏଚ. ଭେଙ୍କେଟ ରାଓ ପ୍ରମୁଖଙ୍କ ସମେତ ରେଳ ବିଭାଗର ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ