ଶ୍ରୀ ଶ୍ରୀ ନନ୍ଦିକେଶ୍ବର ମହାଦେବଙ୍କ ପୀଠରେ ସମ୍ବର୍ଦ୍ଧନା ସଭା

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନନ୍ଦିଗ୍ରାମର ଶ୍ରୀ ଶ୍ରୀ ନନ୍ଦିକେଶ୍ବର ମହାଦେବଙ୍କ ପୀଠରେ ପବିତ୍ର ମହାଶିବରାତ୍ରୀ ଅବସରରେ ନନ୍ଦିକେଶ୍ଵର ୟୁଥ କ୍ଲବ ଆନୁକୂଲ୍ୟରେ ଧର୍ମସଭା, ସମ୍ବର୍ଦ୍ଧନା ସଭା ଓ ପୁରସ୍କାର ବିତରଣ ଏବଂ ମୁଖପତ୍ର “ତ୍ର‌୍ୟମ୍ବକଂ” ଉନ୍ମୋଚନ ସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ତ୍ରିଲୋଚନ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରୋଟାରୀ କ୍ଲବର ଓଡ଼ିଶା ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର ଯୋଗ ଦେଇ ଉଦ୍ଘାଟନ କରିଥିଲେ। ତାଙ୍କ ସହିତ ବିଶିଷ୍ଟ ଅତିଥି ଭାବେ ମୋ ଭାରତ ଜଗତସିଂହପୁର ଜିଲ୍ଲା ଯୁବ ଅଧିକାରୀ ନିଖିଲ କୁମାର କୁକ୍ଲା, ମୁଖ୍ୟବକ୍ତା ଭାବେ କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ତଥା ଓଡିଶା ସରକାରଙ୍କ ନିର୍ମାଣ ବିଭାଗର ଅର୍ଥ ପରାମର୍ଶଦାତା ଡ଼ଃ ସଂଗ୍ରାମ କେଶରୀ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ଼ ପୌରପାଳିକାର ଉପ ନଗରପାଳ ଲଲାଟେନ୍ଦୁ ପରିଡା, ସମାଜସେବୀ ଦୀପକ ବିଶ୍ବାଳ ପ୍ରମୁଖ ଯୋଗଦାନ କରିଥିଲେ । ୟୁଥ କ୍ଲବ ତରଫରୁ ସମାଜସେବୀ ତ୍ରିନାଥ ପରିଜା, ୨୦୨୫ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ନାଉଗାଁ ବ୍ଲକର ଶ୍ରେଷ୍ଠ ଛାତ୍ରଛାତ୍ରୀ ଏବଂ ଗ୍ରାମର ୨୦୨୫ ମାଟ୍ରିକ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲାକ୍ଷ ଏହି କାର୍ଯ୍ୟକ୍ରମକୁ ନନ୍ଦିକେଶ୍ଵର ୟୁଥ କ୍ଳବର କର୍ମକର୍ତ୍ତା, ସଭ୍ୟବୃନ୍ଦ ଓ ଗ୍ରାମବାସୀମାନେ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ