ଷ୍ଟେଟବ୍ୟାଙ୍କର ମୁଖ୍ୟ ପରିଚାଳକଙ୍କୁ ସ୍ୱାଗତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) : କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ନୂତନ ମୁଖ୍ୟ ପରିଚାଳକ ଅର୍କଜ୍ୟୋତି ଭଟାଚାର୍ଯ୍ୟଙ୍କୁ ଷ୍ଟେଟବ୍ୟାଙ୍କ ପେନସନରର୍ସ ସଙ୍ଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଷ୍ଟେଟବ୍ୟାଙ୍କ ପେନସନରର୍ସ ସଙ୍ଘ ଓଡିଶା ସର୍କଲର ଆଞ୍ଚଳିକ ସମ୍ପାଦକ ଗଣେଶ୍ୱର ମେକାପ, ଜିଲ୍ଲା ସମ୍ପାଦକ ଉଦୟନାଥ ସାହୁ, ହରିପଦ ପଣ୍ଡା, ଶରତ କୁମାର ମୁଦୁଲି ଓ ମାଧବାନନ୍ଦ ମହାପାତ୍ର ଏବଂ ଷ୍ଟେଟବ୍ୟାଙ୍କ କର୍ମଚାରୀ ସଙ୍ଘ କେନ୍ଦ୍ରାପଡା ଶାଖାର ସମ୍ପାଦକ ରାକେଶ କୁମାର ପରିଡା ପ୍ରମୁଖ ମୁଖ୍ୟ ପରିଚାଳକ ଶ୍ରୀ ଭଟାଚାର୍ଯ୍ୟଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।