ନୂଆସାହି ରେ ସମ୍ବର୍ଦ୍ଧିତ ହେଲେ ଗଣପତି ବାବା ସ୍ୱାଗତମ୍ ଟିମ୍
ଭୁବନେଶ୍ବର/କୋଣାର୍କ (ଗଣେଶ ଚନ୍ଦ୍ର ବେହେରା): ନୟାପଲ୍ଲି ସ୍ଥିତ ନୂଆସାହି ର ଗଣେଶ ପୂଜା ମଞ୍ଚ ରେ ସମ୍ବର୍ଦ୍ଧିତ ହୋଇଛନ୍ତି ଦେବ୍ ପ୍ରଡ଼କ୍ସନ୍ ୟୁଟୁବ୍ ଚ୍ୟାନେଲ୍ ଦ୍ଵାରା ପ୍ରସ୍ତୁତ ହୋଇଥିବା ମ୍ୟୁଜିକ୍ ଭିଡ଼ିଓ ଗଣପତି ବାବା ସ୍ୱାଗତମ୍ ର ଟିମ୍ ।ନୟାପଲ୍ଲୀ ନୂଆସାହି ରେ ଶ୍ରୀ ଶ୍ରୀ ଆଖଣ୍ଡଳମଣି ସେବା ପରିଷଦ ତରଫରୁ ପୂଜା ପାଉଛନ୍ତି ୬୩ ଫୁଟ୍ ର ଗଜାନନ ଙ୍କ ସୁଉଚ୍ଚ ମୂର୍ତ୍ତି। ୨୭ ତାରିଖ ରୁ ପୂଜା ଆରମ୍ଭ ହେବା ସହ ପ୍ରତ୍ୟକ ସନ୍ଧ୍ୟାରେ ଅୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନ କିଣୁଛି। ପ୍ରତ୍ୟକ ସନ୍ଧ୍ୟାରେ ଓଲିଉଡ୍ ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଙ୍କ ସଙ୍ଗୀତ ର ଯାଦୁ ଦର୍ଶକ ଙ୍କୁ ବିମୋହିତ କରିଛି । ଓଲିଉଡ୍ ଅଭିନେତା ଓ ଅଭିନେତ୍ରୀ ମାନଙ୍କର ଝଲକ ଦେଖିବାକୁ ମଞ୍ଚ ସମ୍ମୁଖ ରେ ଅସମ୍ଭାଳ ଭିଡ଼ ହେଉଛି । ଗତକାଲି ସନ୍ଧ୍ୟାରେ ନିମନ୍ତ୍ରିତ ହୋଇଥିଲେ ଓଡି଼ଶା ରେ ଚହଳ ପକାଇଥିବା ନୂଆ ମ୍ୟୁଜିକ୍ ଭିଡ଼ିଓ ଗଣପତି ବାବା ସ୍ୱାଗତମ୍ ର ପୁରା ଟିମ୍ ।ପ୍ରଯୋଜକ ତଥା ଅଭିନେତା ଦେବାଶିଷ ମହାରଣା ଙ୍କ ସହ ଲୋକପ୍ରିୟ ବ୍ଲଗର୍ ହରପ୍ରିୟା ମହାନ୍ତି ଓ ସୂରଜ ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଶ୍ରୀ ଶ୍ରୀ ଆଖଣ୍ଡଳମଣି ସେବା ପରିଷଦ ର ସମ୍ପାଦକ ସାଗର ବଳବନ୍ତରାୟ | ଏଥି ସହ ସୂର୍ଯ୍ୟକାନ୍ତ ବାରିକ୍ ଓ ସାରଦା ସ୍ଵାଇଁ ମଧ୍ଯ ଉପସ୍ଥିତ ଥିଲେ। ବର୍ତ୍ତମାନ ଗଣପତି ବାବା ସ୍ୱାଗତମ୍ ଗୀତ ଟି ସୋସିଆଲ୍ ମିଡ଼ିଆ ରେ ଚହଳ ପକାଇଛି। ଓଡ଼ିଶା ର ପ୍ରତ୍ୟେକ ପୂଜା ମଣ୍ଡପ ରେ ଏହି ଗୀତ ବାଜୁଥିବା ବେଳେ, ଗୀତରେ ଅନେକ ୟୁଜର ରିଲ୍ସ୍ କରୁଥିବା ଦେଖିବାକୁ ମିଳୁଛି ।ଗୀତଟିକୁ ପୁଷ୍ପକ ପରିଡ଼ା ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ଓଡ଼ିଶା ର ଲୋକପ୍ରିୟ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ । ସୁଦୀପ୍ତ ସୁନ୍ଦର ଙ୍କ ନିର୍ଦ୍ଦେଶନା ରେ ଗୀତଟିର ଭିଡ଼ିଓଗ୍ରାଫି ଅତ୍ୟନ୍ତ ଉଚ୍ଚକୋଟୀର ହୋଇଛି ।


