ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ) ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ କେନ୍ଦୁଝର ଗ୍ରସ୍ତରେ ଯିବା ସମୟରେ ଆନନ୍ଦପୁର ଠାରେ ତାଙ୍କୁ ବିଜେଡ଼ି ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଛି। ଶ୍ରୀ ସାହୁ ଶାଳପଡା ନିକଟରେ ପହଁଚିବା ପରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଯୁବନେତା ଦେବପ୍ରିୟ ପାତ୍ର, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ଛାତ୍ର ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଧଳ, ଜିଲ୍ଲା ଯୁବ ବିଜେଡ଼ିର ସମ୍ପାଦକ ଦୀପ୍ତି ରଞ୍ଜନ ଦାସ, ପୌରଧ୍ୟକ୍ଷା ରଜନିରାଣୀ ଖଟୁଆ, କୃଷ୍ଣ ରଣା, ସରପଞ୍ଚ ରବୀନ୍ଦ୍ର ଜେନାଙ୍କ ସମେତ ଶତାଧିକ ବିଜେଡି କର୍ମୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।