ସେବା ସଂସ୍ଥାନ ପକ୍ଷରୁ ଅସହାୟ ଙ୍କୁ ଶୀତ ବସ୍ତ୍ର ବଣ୍ଟନ

 ଦିଗପହଣ୍ଡି, (ଅଳକ ନାଥ ମିଶ୍ର):  ଦିଗପହଣ୍ଡି ବ୍ଲକ ଅଧିନ ମାଗୁରପଡ଼ା, ଝାଟିପିଟିଆ,ବୀରବରପଲ୍ଲୀ, ଗୁଣ୍ଠପଡ଼ା, କୃଷ୍ଣଚନ୍ଦ୍ରପୁର ପ୍ରଭୃତି ଗ୍ରାମରେ ଜିଲା ର ଅଗ୍ରଣୀ ସଙ୍ଗଠନ ସେବା ସଂସ୍ଥାନ ଚିକିଟି ଶାଖା ପକ୍ଷରୁ ଅସହାୟ ବୟସ୍କ ବୃଦ୍ଧା ବୃଦ୍ଧ ଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ସଙ୍ଗଠନ ର ଉପଦେଷ୍ଟା କିଶୋର ପାଢ଼ୀ, କାର୍ଯ୍ୟକର୍ତ୍ତା ଆଚାର୍ଯ୍ୟ ବାମଦେବ,ଶୁକଦେବ ପ୍ରଧାନ,ନମିତା ପ୍ରଧାନ,ମୁରଲୀ ପାତ୍ର ଗ୍ରାମ ମାନଙ୍କରେ ପହଞ୍ଚି ଶିକ୍ଷା ବ୍ୟବସ୍ଥା,ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ସ୍ଵାସ୍ଥ୍ୟ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ