ବିଜେପି ରାଜ୍ୟ ରାଜ୍ୟକାରିଣୀ ସଦସ୍ୟ ହେଲେ ସୁ-ସଂଗଠକ ସୂର୍ଯ୍ୟନାରାୟଣ
ଆସିକା (ୱାଇଏନ୍ଏସ୍): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ ନୂତନ ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି । ଏହି କମିଟିରେ ରାଜ୍ୟ କାର୍ଯ୍ୟକାରିଣୀକୁ ୭୨ ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଛି । ୩୮ ଜଣ ସ୍ୱତନ୍ତ୍ର ମନୋନୀତ ସଦସ୍ୟ ରହିଥିଲା ବେଳେ ୨୩ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ରହିଥିବା ଜଣାପଡିଛି । ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀକୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରୂପେ ଘୁମୁସର (ଆସିକା) ସାଙ୍ଗଠନିକ ଜିଲ୍ଲାର ବରିଷ୍ଠ ସୁସଂଗଠକ ତଥା ଦଳର ଶୃଙ୍ଖଳିତ କର୍ମୀ ସୂର୍ଯ୍ୟନାରାୟଣ ଦାଶଙ୍କୁ ମନୋନୀତ କରାଯାଇଥିବାରୁ ଶୁଭେଚ୍ଛୁ ଓ ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳୁଛି । ଯୁବମୋର୍ଚ୍ଚା ଘୁମୁସର (ଆସିକା) ସାଙ୍ଗଠନିକ ଜିଲ୍ଲାର ବରିଷ୍ଠ ସୁସଂଗଠକ ସୂର୍ଯ୍ୟନାରାୟଣ ଦାଶ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ମନୋନୀତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି । ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରୂପେ ମନୋନୀତ ହୋଇଥିବା ସୁସଂଗଠକ ସୂର୍ଯ୍ୟ ନାରାୟଣ ଦାଶ ଏହି ନିଯୁକ୍ତି ପାଇଁ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ବିଜେପି ଘୁମୁସର (ଆସିକା) ଜିଲ୍ଲା ସାଙ୍ଗଠନିକ ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁଙ୍କ ସମେତ ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ଜଣାପଡିଛି । ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରୂପେ ମନୋନୀତ ହୋଇଥିବା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ସୁସଂଗଠକ ସୂର୍ଯ୍ୟ ନାରାୟଣ ଦାଶ ଦୀର୍ଘ ବର୍ଷ ଧରି ଦଳର ସାଙ୍ଗଠନିକ କାର୍ଯ୍ୟରେ ସକ୍ରିୟ ରହି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିଆସୁଥିବା ଦେଖିବାକୁ ମିଳୁଛି । ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନସେବା କରିବା ଲକ୍ଷ୍ୟରେ ରାଜନୀତିରେ ପାଦ ଥାପିଥିବା ସୁସଂଗଠକ ସୂର୍ଯ୍ୟ ନାରାୟଣ ଦାଶ ଦୀର୍ଘ ବର୍ଷ ଧରି ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ରହି ଦଳୀୟ ସଂଗଠନକୁ ସୁଦୃଢ କରିବା ସାଙ୍ଗକୁ ଲୋକଙ୍କ ସୁଖଦୁଃଖରେ ସାମିଲ୍ ହେଉଥିବା ଦେଖିବାକୁ ମିଳୁଛି । ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀରେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରୂପେ ମନୋନୀତ ହୋଇଥିବା ଦଳର ବରିଷ୍ଠ ନେତା ତଥା ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ପରିଚାଳନା ପରିଷଦର ପୂର୍ବତନ ସଭାପତି ସୂର୍ଯ୍ୟ ନାରାୟଣ ଦାଶଙ୍କୁ ବରିଷ୍ଠ ବିଜେପି ନେତା ନାରାୟଣ ବେହେରା, ରଂଜନ କୁମାର ପଣ୍ଡା, ମହେଶ୍ୱର ବେହେରା, ପ୍ରଶାନ୍ତ କୁମାର ଚର୍ଚ୍ଚି, ଶିଶିର କୁମାର ନାୟକ, ସନ୍ତୋଷ କୁମାର ଗୌଡ, ଦୀପକ କୁମାର ପରିଡା, ସୁଶାନ୍ତ କୁମାର ରାଉତ, ନଳିନୀକାନ୍ତ ବେହେରା, ଦିବାକର ପ୍ରଧାନ, ବିପଦ ଚରଣ ପାତ୍ର, ଶରତ ଚନ୍ଦ୍ର ସ୍ୱାଇଁଙ୍କ ସମେତ ବହୁ ଦଳୀୟ ନେତା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବା ଲକ୍ଷ୍ୟ କରାଯାଇଛି ।


