ଅଣା-ସମଣା ରାସ୍ତାରେ ବଡ଼ ବଡ଼ ଖାଲ, ପୂର୍ତ୍ତ ବିଭାଗର ଦୃଷ୍ଟି ପଡିବ କେବେ

ହାଟଡିହି (ଓ୍ବାଇଏନଏସ): ଅଣା-ସମଣା ରାସ୍ତାରେ ପୋଖରୀ ସଦୃଶ ଖାଲ ସୃଷ୍ଟି ହୋଇଥିବା ବେଳେ ଏହି ସ୍ଥାନରେ ନିୟମିତ ଦୁର୍ଘଟଣା ଘଟି ଅନେକ ଲୋକ ଆହତ ହେଲେଣି। ହେଲେ ପୂର୍ତ୍ତ ବିଭାଗ ଅଧିକାରୀ ମାନେ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ ଏହି ଖାଲ ପୋତିବା ଉପରେ ଗୁରୁତ୍ୱଦେଉ ନାହାନ୍ତି।   ଅଣା-ସମଣା ରାସ୍ତାଟି ପୂର୍ତ ବିଭାଗ ଅଧୀନରେ ଥିବା ବେଳେ ଏହି ରାସ୍ତାଟି ଉପରେ ୮ଟି ପଞ୍ଚାୟତର ଲୋକମାନେ ନିର୍ଭର କରିଥାନ୍ତି। ହାଟଡିହି ବ୍ଲକର ଏହା ଏକ ମୁଖ୍ୟ ରାସ୍ତା । ଏହି ରାସ୍ତା ଦେଇ ଶହ ଶହ ବାଲି ବୋଝେଇ ଭାରିଯାନ ଚଳାଚଳ କରୁଛନ୍ତି। କିନ୍ତୁ ବଡରମ୍ପାସ ଲକ୍ଷ୍ମୀବଜାର  ମଧ୍ୟରେ ଗୋଟିଏ ପୋଖରୀ ସଦୃଶ ଖାଲ ହୋଇଛି। ଗତ ଜାନୁୟାରୀ ମାସରୁ ଏହି ଖାଲ ହୋଇଥିବା ବେଳେ ମାର୍ଚ୍ଚ ମାସରେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାରେ ଅନେକ ସ୍ଥାନରେ ମରାମତି କରାଯାଇ ଥିଲେ ମଧ୍ୟ ଏହି ଖାଲକୁ ପୋତା ଯାଇ ନଥିଲା। ଭଲ ରାସ୍ତା ଉପରେ ପିଚୁ ପକାଯାଇ ରାସ୍ତା ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଥିବାବେଳେ ଏହି ଖାଲକୁ ପୋତିବା ପାଇଁ କେହି ଗୁରୁତ୍ୱ ଦେଇ ନଥିଲେ। ଲଗାଣ ବର୍ଷା ଯୋଗୁଁ ଏହି ସ୍ଥାନରେ ପାଣି ଜମି ରହିବା ସହ ପ୍ରତିଦିନ ଗୋଟିଏ ଦୁଇଟି ଦୁର୍ଘଟଣା ଘଟୁଛି । ଆଜି ଜଣେ ବାଇକ୍ ଆରୋହୀ ଏହି ସ୍ଥାନରେ ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ପୂର୍ତ୍ତ ବିଭାଗର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ତୁରନ୍ତ ଏହି ପୋଖରୀ ସଦୃଶ ଖାଲକୁ ପୋତିବାକୁ ଦାବି ହେଉଛି।  ନହେଲେ ଗ୍ରାମବାସୀ ତରଫରୁ ରାସ୍ତାରୋକ କରାଯିବ ବୋଲି ଗ୍ରାମବାସୀ ମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ