କେବେ ସୁଧୁରିବ ପାର୍ଶାଲି ପଞ୍ଚାୟତରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ପାର୍ସଲୀ ପଞ୍ଚାୟତର ବିଭନ୍ନ ଗ୍ରାମରେ ଅସ୍ବାସ୍ଥ୍ୟକର ପରିବେଶକୁ ଦେଖିଲେ ଡେଙ୍ଗୁ ମେଲେରିଆ ଝାଡା ବାନ୍ତି ବ୍ୟାପିବାର ସମ୍ଭାବନା ରହିଛି ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ନାଳ ନର୍ଦ୍ଦମା ଡ୍ରେନ ନଥିବାରୁ ରାସ୍ତା କଡ଼ରେ ଆବର୍ଜନାରେ ଭର୍ତ୍ତି ହୋଇ ରହିଥିଲା ବେଳେ ସଫେଇ କରିବା କିମ୍ବା ନିୟମଗିରି ଡଙ୍ଗରିଆଙ୍କୁ ସଚେତନା କରିବା କାହାର ଧ୍ୟାନ ଦିଆଯାଉନି। ଏବେ ବର୍ଷା ଆରମ୍ଭ ହୋଇ ଯାଥିବାରୁ ଆବର୍ଜନା ରାସ୍ତା ଉପରକୁ ଚାଲି ଆସିବ ନିୟମିତ ଆବର୍ଜନ ସପା ହେଉ ନଥିବାରୁ ଉକ୍ତ ଅଞ୍ଚଳରେ ପ୍ରବଳ ଦୁର୍ଗନ୍ଧ ହେଉଥିବାରୁ ଲୋକେ ଚିନ୍ତାରେ ପଡିଗଲେଣି। ଅନ୍ୟପଟେ  ବଢ଼ୁଥିବାରୁ ସେହି ଦୁର୍ଗନ୍ଧ ଭିତରେ  ଲୋକଙ୍କ ଜୀବନ ଏବଂ ଜୀବିକା ବିତାଇବାକୁ ପଡୁଛି।ଗାଁ ଗାଁରେ ରାସ୍ତା ଗାଁ ମୁଣ୍ଡ ଗୁଡାକ ସଫା ହେଉନଥିବାରୁ ପାଇପ ଓ ବର୍ଷା ଜଳ ରାସ୍ତାରେ ଭାସୁଥିବାରୁ ଚଳିତ ବର୍ଷ ମଧ୍ୟ ଡେଙ୍ଗୁ ବ୍ୟାପିବା ଆଶଙ୍କା ପ୍ରକାଶ କରିଛି। ଗାଁ ଗାଁ ରେ ମେଲେରିଆ ଭଳି ମାରାତ୍ମକ ଜ୍ଵର ବ୍ୟାପିଥିବାରୁ ଦଣ୍ଡ ଦୁଆରେ ଭାଗ୍ୟକୁ ଆଦରି ପଡି ରହିଥବା ବେଳେ ଔଷଧ ଖଣ୍ଡିଏ ନିକଟରେ ପହଁଚୁ ନଥିବାରୀ ଦୁର୍ବିସହ ହୋଇ ପଡିଛି। ଏହି ନିୟମଗିରି ଅଞ୍ଚଳରେ ଅଙ୍ଗନବାଡି, ସ୍ୱାସ୍ଥ୍ୟ କର୍ମୀ, ଡିକେଡିଏ ଓ ସ୍ବେଛାସେବୀ ଅନୁଷ୍ଠାନ କାର୍ଯ୍ୟ କରୁଥିଲେ ମଧ୍ୟ କାହାରି ଦେଖା ମିଳୁନଥିବାରୁ ସମସ୍ୟା ଦୁଇଗୁଣ ହୋଇ ପଡିଛି।ହେଲେ ଜନସ୍ବାସ୍ଥ୍ୟ ବିଭାଗ,ସ୍ୱାସ୍ଥ୍ୟ ବିଭାଗ, ପଞ୍ଚାୟତ, ଓ ଶିଶୁ ବିକାଶ ବିଭାଗ ଏବଂ  ଡିକେଡିଏ କର୍ତ୍ତୃପକ୍ଷ ଏସବୁକୁ ଦେଖି ମଧ୍ୟ ନିରବ ରହୁଥିବାରୁ ଆଗକୁ ଗୁରୁବାର ହେବା ଆଶଙ୍କା ଦେଖା ଦେଇଛି। ଏମିତିକି ଆଗକୁ ଯଦି ଝାଡ଼ାବାନ୍ତି ବ୍ୟାପିବ ଆଶଙ୍କା ପ୍ରକାଶ ପାଇଛି।ସେହିପରି ଅସ୍ବାସ୍ଥ୍ୟକର ପରିବେଶକୁ ସଜାଡ଼ିବା ଜନସ୍ବାସ୍ଥ୍ୟ ବିଭାଗର ଦାୟିତ୍ଵ ହୋଇଥିଲେ ସୁଦ୍ଧା ଠୋସ୍ ପଦକ୍ଷେପ ନିଆଯାଉନି! ବ୍ଲକ ଓ ପଞ୍ଚାୟତ ପ୍ରଶାସନ ବି ଏହା ଦେଖିବା ପରେ କାହିଁକି ଚୁପ୍ ରହିଛନ୍ତି ବୁଝି ହେଉନି ବୋଲି ଡାଙ୍ଗରିଆ ମାନେ ଅଭିଯୋଗ କରିଛନ୍ତି। ଲୋକଙ୍କ ସୁରକ୍ଷା ପ୍ରତି ଆଦୌ ଧ୍ୟାନ ଦିଆଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏଣୁ ଜିଲ୍ଲା ପ୍ରସାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ