ଫନିରେ ଧ୍ବଂସ ବିଧ୍ବସ୍ତ ଉଡେନ ରେଷ୍ଟୁରାଣ୍ଟ ଘରୋଇ କରଣ ନିମନ୍ତେ କାହା ସ୍ବାର୍ଥରେ ଟେଣ୍ଡର ଆହ୍ବାନ

କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) : ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରୁ ୩ କିମି ଦୂରରେ ଅବସ୍ଥିତ ଚନ୍ଦ୍ରଭାଗା ଠାରେ ଥିବା ଉଡେନ ରେଷ୍ଟୁରାଣ୍ଟ ଭିତ୍ତିଭୂମି ବିକାଶ ଓ ପୁନରୁଦ୍ଧାର କାର୍ଯ୍ୟ ହୋଇ ନ ଥିବା ବେଳେ ଗତ ସାମୁଦ୍ରିକ ଝଡ ଫନିରେ ଧ୍ବଂସ ବିଧ୍ବସ୍ତ ରେଷ୍ଟୁରାଣ୍ଟକୁ ଘରୋଇକରଣ କରିବା ପାଇଁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇବା ଘଟଣାକୁ କୋଣାର୍କ ଅଞ୍ଚଳର ବୁଦ୍ଧିଜୀବୀ, ସଚେତନ ନାଗରିକ, ବରିଷ୍ଠ ନାଗରିକ, ପର୍ଯ୍ୟଟକ ପ୍ରେମୀ, ପର୍ଯ୍ୟଟକ ଓ ସ୍ଥାନୀୟ ଅଂଚଳର ଜନସାଧାରଣ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ବିଭାଗୀୟ ଦିଶାହୀନ ନୀତିକୁ ନାପସନ୍ଦ କରାଯାଇଛି ।ଖବରରୁ ପ୍ରକାଶ ଯେ ଗତ ୨୦୧୮ ମସିହାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଫନିରେ ଚନ୍ଦ୍ରଭାଗା ଠାରେ ଥିବା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଉଡେନ ରେଷ୍ଟୁରାଣ୍ଟ ଟି ଧ୍ବଂସ ବିଧ୍ବସ୍ତ ହୋଇଥିଲା। ଫନି ମହାବାତ୍ୟା ହେବାର ୭ବର୍ଷ ବିତିଯାଇଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗର ଲାଭଦାୟକ ଉଡେନ ରେଷ୍ଟୁରାଣ୍ଟ ଭିତ୍ତିଭୂମି ବିକାଶ ଓ ପୁନରୁଦ୍ଧାର କାର୍ଯ୍ୟ କରି ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଧାରାବାହିକ ଭାବେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଖବର ପ୍ରସାରଣ ହେବା ପରେ ଏହାର ପୁନରୁଦ୍ଧାର ଓ କାର୍ଯ୍ୟକ୍ଷମ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ବର୍ତ୍ତମାନର ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ମାନସୀ ନିମ୍ବଭାଲ କୋଣାର୍କ ଗ୍ରସ୍ତରେ ଆସି ଫନିରେ ଧ୍ବଂସ ବିଧ୍ବସ୍ତ ଚନ୍ଦ୍ରଭାଗା ଉଡେନ ରେଷ୍ଟୁରାଣ୍ଟ ପରିଦର୍ଶନ କରିବା ସହ ରେଷ୍ଟୁରାଣ୍ଟର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଏଷ୍ଟିମେଣ୍ଟ ପ୍ରସ୍ତୁତ କରିବା ପାଇଁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ସହକାରୀ ଯନ୍ତ୍ରୀ ଓ ଏଷ୍ଟିମେଣ୍ଟର ପ୍ରମୁଖଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଉଡେନ ରେଷ୍ଟୁରାଣ୍ଟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ୫କୋଟି ଟଙ୍କାର ଆର୍ଥିକ ଅନୁଦାନ ମଂଜର ପାଇଁ ଏଷ୍ଟିମେଣ୍ଟ ପ୍ରସ୍ତୁତ କରାଯାଇଥିଲା ।ମାତ୍ର ଏହି ରେଷ୍ଟୁରାଣ୍ଟର ଭିତ୍ତିଭୂମି ବିକାଶ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ବେଳେ ପର୍ଯ୍ୟଟକ ବିଭାଗ ନିର୍ଦ୍ଦେଶ କ୍ରମେ ଉଜୁଡି ଯାଇଥିବା ଉଡେନ ରେଷ୍ଟୁରାଣ୍ଟକୁ ଘରୋଇକରଣ କରିବା ପାଇଁ ପର୍ଯ୍ୟଟନ ଉନ୍ନୟନ ନିଗମ ଅଫିସ ଚିଠି ନଂ-୪୪୯୪ ତା ୫-୦୭-୨୫ ଅନୁଯାୟୀ ଟେଣ୍ଡର ଆହ୍ବାନ କରିବା ପାଇଁ ବିଜ୍ଞାପନ ପ୍ରକାଶ କରିଛନ୍ତି। ଏହି ଟେଣ୍ଡର ପ୍ରକ୍ରିୟା ନିମନ୍ତେ ପେପର ବିକ୍ରିର ଶେଷ ତାରିଖ ଜୁଲାଇ ୧୪ ତାରିଖ ଥିଲା ବେଳେ ଟେଣ୍ଡର ପ୍ରକ୍ରିୟା ଖୋଲା ଯିବାର ଜୁଲାଇ ୩୦ ତାରିଖ ରହିଥିବା ଜଣାପଡ଼ିଛି। ଉଡେନ ରେଷ୍ଟୁରାଣ୍ଟର ଭିତ୍ତିଭୂମିକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରା ନ ଯାଇ କେଉଁ ନିୟମ ଅଧାରରେ ଧ୍ବଂସ ବିଧ୍ବସ୍ତ ରେଷ୍ଟୁରାଣ୍ଟକୁ ଘରୋଇକରଣ କରିବା ପାଇଁ ବିଜ୍ଞାପନ ପ୍ରକାଶ କରିବା ଘଟଣାକୁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ପର୍ଯ୍ୟଟନ ପ୍ରେମୀ, ପର୍ଯ୍ୟଟକ ଓ ସ୍ଥାନୀୟ ଅଂଚଳର ଜନସାଧାରଣ ମାନଙ୍କ ପକ୍ଷରୁ ନାପସନ୍ଦ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ