ବନ୍ୟପ୍ରାଣୀ ବନ୍ୟାଞ୍ଚଳ ପକ୍ଷରୁ ରକ୍ଷାବନ୍ଧନ
ହାଟଡିହି (ଓ୍ବାଇଏନଏସ) ଆନନ୍ଦପୁର ଦିଏଫଓ ପ୍ରସାନ୍ତ କୁମାର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ହଦଗଡ଼ ବନ୍ୟପ୍ରାଣୀ ବନ୍ୟାଞ୍ଚଳ ପକ୍ଷରୁ ବିଭିନ୍ନ ସ୍ଥାନରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ହଦଗଡ଼ ବନାଞ୍ଚଳ ଅଧିକାରୀ ମାର୍ଶାଲ କିଷ୍କୁ ଙ୍କ ତତ୍ତ୍ଵାବଧାନରେ କାଳିଆମ୍ବ, ଶଙ୍କଟପାଲିଆ, ସୂଜୁନାପାଳ, ହରଡବାଡି ଆଦି ସ୍ଥାନରେ ଜଙ୍ଗଲ ସୁରକ୍ଷା କମିଟି ସଦସ୍ୟ ସଦସ୍ୟା ଙ୍କ ସହଯୋଗରେ ଏହି ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା। ମହିଳା ମାନେ ବୃକ୍ଷକୁ ଭାଇ ଭଳି ବିବେଚନା କରି ଫୁଲ ଚନ୍ଦନ ଦେଇ ବନ୍ଦାପନା କରିବା ସହିତ ଗଛରେ ରାକ୍ଷୀ ବାନ୍ଧି ଥିଲେ। ବନପାଳ ମଳୟ କୁମାର ସାହୁ, ଲକ୍ଷ୍ମୀଧର କିସ୍କୂ, ବନରକ୍ଷୀ ଜ୍ୟୋତି ରଞ୍ଜନ ମାଝୀ, ରଶ୍ମୀ ରଞ୍ଜନ ରାଉତ, ଅଜୟ କୁମାର ସେଠୀ, ଦିନେଶ ମାଝୀ ପ୍ରମୁଖ ଯୋଗଦେଇ ଜୀବ ଜଗତ ପାଇଁ ବୃକ୍ଷର ଭୂମିକା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇ ଥିଲେ। ବିଜୟ କୁମାର ସାହା, ବିବେକା ନନ୍ଦ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାଳୀଆମ୍ବ କମିଟି ସଭାପତି ସୁବର୍ଣ୍ଣ ଦଣ୍ଡପାଟ, ସୁକାନ୍ତ ନାୟକ ଶାନ୍ତିଲତା ନାଇକ, ମାମା ନାଏକ, ହରଡ ବାଡି କମିଟି ର ଉପ ସଭାପତି ସୁମତୀ ନାଏକ, ଯଶୋଦା ସେଠୀ, ଭାନୁମତୀ ନାଏକ, ସୂଜୁନାପାଳର ସଭାନେତ୍ରୀ ଝରଣା ପଲେଇ, ସୁମିତ୍ରା ନାଏକ, ଯଶୋଦା ମୁଣ୍ଡା ଙ୍କ ସମେତ ଶତାଧିକ ସଦସ୍ୟା ଯୋଗଦେଇଥିଲେ।