ବିଶ୍ୱକର୍ମା ମହାସଂଘର ଶୀତକାଳୀନ ବୈଠକ

ଛତ୍ରପୁର, (ଓ୍ବାଇଏନଏସ): ଅବିଭକ୍ତ ଗଞ୍ଜାମ ଜିଲ୍ଲା ବିଶ୍ୱକର୍ମା ମହାସଙ୍ଘର ଶୀତାକାଳୀନ ବୈଠକ ଟାଙ୍ଗଣା ପଲ୍ଲୀ ପାଣି ପଞ୍ଚାୟତ ସଭା ଗୃହରେ ଆୟୋଜିତ ହୋଇଯାଇଛି l ମହାଶଙ୍ଘର ସଭାପତି କାମରଜୁ ମହାରଣାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି ବୈଠକରେ ସମ୍ପାଦକ ଶ୍ରୀନିବାସ ମହାରଣା ବିବରଣୀ ପ୍ରଦାନ କରିଥିଲେ l ଉପସଭାପତି ବିଜୟ କୁମାର ମହାରଣା (ଖୋଡାସିଙ୍ଗି ), ବିଜୟ କୁମାର ମହାରଣା (ଛତ୍ରପୁର ),କ୍ଷମସାଗର ମହାରଣା, ଉପଦେଷ୍ଟା ସୁରେନ୍ଦ୍ର ନାଥ ମହାରଣା, କୋଷାଧକ୍ଷ ଅଶୋକ କୁମାର ମହାରଣା,ମୀନକେତନ ମହାରଣା, କେଦାରନାଥ ମହାରଣା, ପ୍ରଦୀପ କୁମାର ମହାରଣା, ବତ୍ସ ମହାରଣା,ଅହଲ୍ୟା ମହାରଣା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରସ୍ତାବ ଦେଇଥିଲେ l ବିଶେଷ କରି ମହିଳା ସାମ୍ମୁଖ୍ୟ ଗଠନ, ମହାସଂଘକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆଞ୍ଚଳିକ ସଂଗଠନ କରିବା,ପ୍ରତିଭା ସମ୍ପନ ବ୍ୟକ୍ତିଙ୍କୁ ଲୋକ ଲୋଚନକୁ ଆଣିବା, ମହାସଙ୍ଘର ବୁକଲେଟ ପ୍ରସ୍ତୁତି କରିବା, ସଭ୍ୟ ସଂଗ୍ରହ କରିବା ଏବଂ ସ୍ମୃତି ସମ୍ମାନ ପାଇଁ ଫିକ୍ସଡ଼ ଦିପୋଜିଟ ରଖିବା ପ୍ରଭୃତି ପ୍ରସ୍ତାବ ଗ୍ରହଣ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ବିଜୟ ଚନ୍ଦ୍ର ମହାରଣା (ଟାଙ୍ଗଣା ପଲ୍ଲୀ ), ସୁପ୍ରଭା ମହାରଣା, ସସ୍ମିତା ମହାରଣା, ପଦ୍ମାବତୀ ମହାରଣା, ସୁଷମା ମହାରଣା, ରଶ୍ମିତା ମହାରଣା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଏବଂ ଅହଲ୍ୟା ଙ୍କୁ ମହିଳା ସମ୍ମୁଖ୍ୟର ଆବାହିକା ରୂପେ ଦାୟିତ୍ୱ ପ୍ରଦାନ କରାଯାଇଥିଲା l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ