ଅସୁସ୍ଥ ବରିଷ୍ଠ ବିଜେଡି ନେତା ରାଜେଶ୍‍ଙ୍କ ଆଶୁ ଆରୋଗ୍ୟ କାମନା

ଆସିକା  (ୱାଇଏନ୍‍ଏସ୍‍) :ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ କର୍ମୀ ତଥା ସୁସଂଗଠକ ବରିଷ୍ଠ ବିଜେଡି ନେତା ରାଜେଶ୍‍ କୁମାର ପଟ୍ଟନାୟକ ଗତ କିଛି ମାସ ହେଲା ପାକସ୍ଥଳୀ ଜନିତ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି । ବିଜୁ ଜନତା ଦଳର ଆସିକା ବ୍ଳକ ସଭାପତି ରାଜେଶ୍‍ କୁମାର ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଶୁଭେଚ୍ଛୁ, ସମର୍ଥକ ଓ ଦଳୀୟ ନେତାମାନେ ଠାକୁରଙ୍କ ନିକଟରେ ପ୍ରାର୍ଥନା କରୁଥିବା ଲକ୍ଷ୍ୟ କରାଯାଇଛି । ବରିଷ୍ଠ ବିଜେଡି ନେତା ଦିଲୀପ କୁମାର ପାଣିଗ୍ରାହୀ, ବରିଷ୍ଠ ଆଇନଜୀବୀ ମାନସ ରଂଜନ ଗୌଡ ଓ ବିଦେଶୀ ନାହାକଙ୍କ ସମେତ ବହୁ ଶୁଭେଚ୍ଛୁ ଓ ସମର୍ଥକ ଅସୁସ୍ଥ ବରିଷ୍ଠ ବିଜେଡି ନେତା ରାଜେଶ୍‍ କୁମାର ପଟ୍ଟନାୟକଙ୍କୁ ସାକ୍ଷାତ କରି ତାଙ୍କର ସୁବିଧା ଓ ଅସୁବିଧା ପଚାରି ବୁଝିବା ସାଙ୍ଗକୁ ଆଶୁ ଆରୋଗ୍ୟ କାମନା କରିଥିବା ଜଣାପଡିଛି । ପାକସ୍ଥଳୀଜନିତ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଅନ୍ୟତମ ବରିଷ୍ଠ ବିଜେଡି ନେତା ରାଜେଶ୍‍ କୁମାର ପଟ୍ଟନାୟକ ସଂପୁର୍ଣ୍ଣ ଆରୋଗ୍ୟଲାଭ କରି ସୁସ୍ଥ ହୋଇ ଫେରିଆସିବା ପାଇଁ ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ, ଗଞ୍ଜାମ ଜୋନ୍‍ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମଲିକ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ବିଜେଡି ନେତା ବିଦ୍ୟାନ୍ତ କୁମାର ଚର୍ଚ୍ଚୀ, ଶିବ ନାହାକ, ସନ୍ତୋଷ କୁମାର ନାୟକ, ଏମ୍‍.ତାରିଣୀ ସେନାପତି, ରଶ୍ମିତା ସେନାପତି, ଅନିଲ୍‍ କୁମାର ନାୟକ, ଶିବଶଙ୍କର ମହାନ୍ତି, ଜୟସେନ ସ୍ୱାଇଁ, ଅମୂଲ୍ୟ କୁମାର ଉପାଧ୍ୟାୟ, ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, ପ୍ରତାପ ଚନ୍ଦ୍ର ପ୍ରଧାନ, କେ.ରବିନ୍‍ କୁମାର ପାତ୍ର, ଆକାଶ ସ୍ୱାଇଁ, ବିମଳ ପ୍ରଧାନ, ସାଇରାଜ ଦଳେଇ, କାହ୍ନୁଚରଣ ଦଳେଇଙ୍କ ସମେତ ବହୁ ଦଳୀୟ ନେତା ଠାକୁରଙ୍କ ନିକଟରେ ପ୍ରାର୍ଥନା କରୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ