ହୋପ ଏଜ ଟ୍ରଷ୍ଟ ପକ୍ଷରୁ ଯାଦୁ ବିଦ୍ୟା ଆଲୋଚନା
କଟକ (ଓ୍ବାଇଏନଏସ): ହୋପ ଏଜ ଟ୍ରଷ୍ଟ ପକ୍ଷ ରୁ ଗତ କାଲି ସିଡିଏ ସେକ୍ଟର-୭ ସ୍ଥିତ ଆଶ୍ରୟ ଦି ସେଲଟର ପରିସରରେ ଯାଦୁଵିଦ୍ୟା ପ୍ରଦର୍ଶନ ସଂକ୍ରାନ୍ତରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି।ବିଶିଷ୍ଟ ଯାଦୁକର ତଥା ଚିତ୍ର କର ଗୋଲୋକ ଚନ୍ଦ୍ର ବେହେରା ବିଭିନ୍ନ ପ୍ରକାର ର ଯାଦୁକଳା ପ୍ରଦର୍ଶନ କରି ଉପସ୍ଥିତ ବରିଷ୍ଠ ନାଗରିକ ଓ ପିଲାମାନଙ୍କୁ ମୁଗ୍ଧ କରିଦେଇଥିଲେ. ଲୋକ ମାନଙ୍କ ର ମନୋରଞ୍ଜନ ପାଇଁ ଆଜି ବି ମ୍ୟାଜିକ ବା ଇନ୍ଦ୍ରଜାଲ ବିଦ୍ୟାର ଚାହିଦା ରହିଛି ବୋଲି ସେ ମତ ପ୍ରକାଶ କରିଥିଲେ। ସଭାପତି କିଶୋର ଶତପଥୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ରେଟ୍ରଷ୍ଟି ଡ଼ଃ ସତ୍ୟ ରାୟ, ଉପ ସଭାପତି ବିଜୟ କୁମାର ପୁଷ୍ଟିପୃଷ୍ଠପୋଷକ ଉତ୍କଳ ଭୂଷଣ ରାଉତରାୟ ନକୁଳ ଚନ୍ଦ୍ର ମହାରଣା, ସଂପାଦକ ରଂଜିତ ସାହୁ, ଯୁଗ୍ମ ସଂପାଦିକା ସୁଜାତା ପଟ୍ଟନାୟକ, ଇଂ କେ କେ ଦାସବର୍ମା, ବଂଶୀ ଧର ରାଉତ, ଆର ଏନ ମିଶ୍ର, ଓ ବାଦଲ ମହାନ୍ତି ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l