ମହିଳାଙ୍କୁ ଗାଁ ଦାଣ୍ଡରେ ଆକ୍ରମଣ ଅଭିଯୋଗ: ଥାନାରେ ଏତଲା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଥାନା ମହୁଡ଼ା ଗ୍ରାମ ରଘୁନାଥ ମଠ ସାହିର ସୁକାନ୍ତି ମଣ୍ଡଳ ନାମ୍ନୀ  ମହିଳାଙ୍କୁ ଘରୁ ଟାଣି ନେଇ ଗାଁ ଦାଣ୍ଡରେ ଦୁଇଜଣ ବ୍ୟକ୍ତି ଉଲଗ୍ନ କରିବାସହ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ସୁକାନ୍ତି  ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୨୭୫/୨୫ ଅନୁଯାୟୀ ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ଗତ ଶନିବାର ରାତି ପ୍ରାୟ ୮ ଟାରେ ଗ୍ରାମର କୃଷ୍ଣ ସାହୁ ଏବଂ ପ୍ରତାପ ନାହାକ ସୁକାନ୍ତି ଙ୍କ ଘର ସମ୍ମୁଖରେ ପହଞ୍ଚି ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିଲେ।ସୁକାନ୍ତି ପ୍ରତିବାଦ କରିବାରୁ ତାଙ୍କୁ ଉଭୟେ ଘରୁ ଟାଣି ନେଇ ରାସ୍ତା ଉପରେ  ପ୍ଲାଷ୍ଟିକ ପାଇପରେ ତାଙ୍କୁ ଆକ୍ରମଣ କରିବା ସହ  ଅସଦାଚରଣ କରିବାକୁ ପଛାଇନଥିଲେ।ପ୍ରତାପ ପୂର୍ବରୁ ଏକ ହତ୍ୟା ମାମଲାରେ ସଂଶ୍ଳିଷ୍ଟ ରହି ଜେଲରୁ ମୁକୁଳିଥିବାରୁ ସୁକାନ୍ତିଙ୍କୁ ମାଡ଼ ମାରୁଥିବା ଗାଁ ଲୋକେ ଦେଖୁଥିଲେ ମଧ୍ୟ ଭୟରେ ତାଙ୍କୁ ଉଦ୍ଧାର କରିବାକୁ କେହି ଆସିନଥିବା ମହିଳା ଜଣକ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ