୧୫ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମହିଳା ଗିରଫ
ହାଟଡିହି (ବିକାଶ ବିଶ୍ବାଳ): ୧୫ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ନନ୍ଦିପଦା ପୁଲିସ ତେମଳା ଗ୍ରାମର ମହିଳାଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୁଚନା ଅନୁଯାଇ କେନ୍ଦୁଝରର ଜ୍ଞାନେନ୍ଦ୍ର ବାରିକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ରୀତୁରାଣି ମଲ୍ଲିକ ନାମକ ଜଣେ ମହିଳା ୧୫ଲକ୍ଷ ଟଙ୍କା ଠକି ନେଇଥିବା ନେଇ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ ହୋଇଥଲା। ଟାଉନ ଥାନା କେସ ନଂ ୧୬୨/୨୦୨୪ରେ ମାମଲା ରୁଜ୍ଜୁ ହୋଇଥଲା। କିନ୍ତୁ ରିତୁରାଣୀ କୋର୍ଟରେ ହାଜର ନହେବାରୁ ତାଙ୍କ ନାମରେ ୱାରେଣ୍ଟ ଜାରି ହୋଇଥଲା। କୋର୍ଟ ନିର୍ଦ୍ଦେଶ ପାଇବା ପରେ ନନ୍ଦିପଦା ପୋଲିସ ଆଜି ସଂପୃକ୍ତ ମହିଳା ରିତୁରାଣୀଙ୍କୁ ତେମଳା ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରିଛି।