ମହିଳାଙ୍କୁ ଆକ୍ରମଣ : ଅଭିଯୁକ୍ତ ଗିରଫ

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଜଣେ ମହିଳା ଙ୍କୁ ଠେଲା ପେଲା ଓ ଆକ୍ରମଣ ଘଟଣାରେ ଗ୍ରାମର ଡି.ବିଜୟ କୁମାର ପାତ୍ର ଙ୍କୁ  ତଦନ୍ତକାରୀ ଅଧିକାରୀ ଥାନା ଏସ.ଆଇ ସୋଫିଆ ମିଶ୍ର ଗିରଫ କରି ଶନିବାର ବ୍ରହ୍ମପୁର ଜିଲ୍ଲା ଦୌରା ଜଜ କୋର୍ଟ କୁ ଚାଲାଣ କରିଛନ୍ତି।  ଥାନା ମାମଲା ନଂ.୩୩୨/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।ଶୁକ୍ରବାର ସକାଳ ପ୍ରାୟ ୭ ଟାରେ ଅଭିଯୁକ୍ତ ତାଙ୍କ ଟ୍ରାକ୍ଟର ରେ ସାହି ରାସ୍ତା ଦେଇ ମାଟି ନେଉଥିବା ବେଳେ ମହିଳା ଜଣକ ଆପତ୍ତି କରିଥିଲେ।ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।ମହିଳା ଓ ତାଙ୍କ ମା ଅଭିଯୁକ୍ତଙ୍କ ଉପରକୁ ଢେଲା ମାଡ କରିବାରୁ ଅଭିଯୁକ୍ତ ଉକ୍ତ ମହିଳା ଙ୍କୁ ଠେଲା ପେଲା କରି ଅସଦାଚରଣ କରିବା ସହ ଆକ୍ରମଣ କରିଥିଲେ।ମହିଳା ଜଣକ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ରାଜ କିଶୋର ପାତ୍ର ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ