ଗ୍ୟାସ ନିଆଁରେ ଜଳିଗଲେ ମହିଳା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ର ବି.ଜାନକୀ ପାତ୍ର(୫୫) ଶୁକ୍ରବାର ସନ୍ଧ୍ୟାରେ ଘରେ ରୋଷେଇ କରୁଥିବା ବେଳେ ଅସାବଧାନତା କାରଣରୁ ଗ୍ୟାସ ଚୁଲା ନିଆଁ ରେ ଅର୍ଦ୍ଧଦଗ୍ଧ ହୋଇଥିବା ଖବର ମିଳିଛି।ସନ୍ଧ୍ୟା ପ୍ରାୟ ସାଢେ ୬ ଟାରେ ଜାନକୀ ରୋଷେଇ କରୁଥିବା ବେଳେ ଗ୍ୟାସ ପାଇପ ଫାଟି ଯିବାରୁ ଜାନକୀ ଜଳିଯାଇଥିଲେ।ସାହି ପଡୋଶୀ ତାଙ୍କୁ ତତ୍କାଳ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ