ନାଗ ସାପ କାମୁଡାରେ ମହିଳା ମୃତ

କୋଣାର୍କ – (ଗଣେଶ ଚନ୍ଦ୍ର ବେହେରା) କୋଣାର୍କ ଥାନା ଅନ୍ତର୍ଗତ ଅବଦାନ ପଞ୍ଚାୟତ ନଡ଼ିଆ ମଠ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୁଃଖଦ ଘଟଣା। ନାଗ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ରାଧାକାନ୍ତ ସ୍ୱାଇଁଙ୍କ ପତ୍ନୀ ନିରୂପମା ସ୍ବାଇଁ (୪୫) ନିଜ ଅଗଣାରେ ଘର କାମ କରୁଥିବା ବେଳେ ନିକଟରେ ଏକ ଗାତରୁ ବାହାରି ଆସି ନାଗ ସାପଟି ତାଙ୍କୁ କାମୁଡ଼ି ଦେଇଥିଲା। ତୁରନ୍ତ ଗ୍ରାମବାସୀ ମାନେ ତାଙ୍କୁ ବାଙ୍ଗୁରିଗାଁ ମେଡ଼ିକାଲକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କୋଣାର୍କ ଥାନା ପୋଲିସ୍ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଅନୁମତି ଦେଇଥିଲେ। ବ୍ୟବଚ୍ଛେଦ ପରେ ମହିଳାଙ୍କ ଶବକୁ ନଡ଼ିଆ ମଠ ଗ୍ରାମକୁ ଆଣି ଶ୍ମଶାନରେ ସତ୍କାର କରାଯାଇଥିଲା। ମହିଳାଙ୍କ ଜଣେ ପୁଅ ଓ ଝିଅ ଥିବା ବେଳେ ସେ ଗରୀବ ଶ୍ରେଣୀର ଅଟନ୍ତି। ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପୁର୍ବତନ ସରପଞ୍ଚଙ୍କ ଲକ୍ଷ୍ମୀ ନାରାୟଣ ଜେନା ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ