ବାଇକ ଧକ୍କାରେ ଆହାତ ମହିଳାଙ୍କ ମୃତ୍ୟୁ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)ଦିଗପହଣ୍ଡି ଥାନା ଅନ୍ତର୍ଗତ କୋଟିନଡ଼ା ଗ୍ରାମ ଛକ ଓଡିଶା ଆଦର୍ଶ ବିଦ୍ୟାଳୟ ନିକଟରେ ଏକ ବାଇକ ନଂ. (ଓଡି୦୭ ଏକ୍ଯୁ ୧୧୨୯) ଧକ୍କାରେ ଜଣେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି।ମୃତା ମହିଳା ଜଣକ ସିଦ୍ଧେଶ୍ବର ବଡଦାଣ୍ଡ ସାହିର ସଜନୀ ମହାଙ୍କୁଡ। ଏନେଇ ମହିଳା ଙ୍କ ପୁଅ ଗଙ୍ଗାଧର ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲା ଅନୁଯାୟୀ ଗତ ଶନିବାର  ମଧ୍ଯାହ୍ନରେ ମହିଳା ଜଣକ ଆଦର୍ଶ ବିଦ୍ୟାଳୟ ରାସ୍ତାରେ ଆସୁଥିବା ବେଳେ ବାଇକ ଧକ୍କାରେ ସେ ତଳେ ପଡି ଗୁରୁତର ଆହତ ହୋଇଥିଲେ।ତାଙ୍କୁ ପ୍ରଥମେ ଦିଗପହଣ୍ଡି ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ ଏବଂ ପରେ ସେଠାରୁ ଭୂବନେଶ୍ୱର ଏମସ୍ ମେଡିକାଲକୁ ନିଆଯାଇଥିଲା।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଏତଲାରେ ଉଲ୍ଲେଖ ରହିଛି। ଏତଲା ପ୍ରକାରେ ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ. ୧୫୯/୨୫ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି। ବାଇକ ଚାଳକ ଙ୍କୁ ଚିହ୍ନଟ କରାଯାଇଛି।ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଡିଏସପି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ