ପ୍ରବଳ ବର୍ଷା ଯୋଗୁଁ ମାଟି କାନ୍ଥ ଭାଙ୍ଗି ମହିଳା ଗୁରୁତର
ହାଟଡିହି (ଓ୍ବାଇଏନଏସ) : ଲଗାଣ ବର୍ଷା ଯୋଗୁଁ ହାଟଡିହି ବ୍ଲକ ଶାଳଣିଆ ପଞ୍ଚାୟତ ବିଷ୍ଣୁପୁର ଗ୍ରାମରେ ଏକ ଘରର ମାଟିକାନ୍ଥ ଭୁଶୁଡ଼ି ପଡିବାରୁ ଜଣେ ମହିଳା ଗୁରୁତର ହୋଇଛନ୍ତି। ସୂଚନାରୁ ଜଣାଯାଇଛି ଯେ ଗ୍ରାମର ରବିନ୍ଦ୍ର ଯେନାଙ୍କ ପତ୍ନୀ ମନ୍ଦୋଦରୀ ଯେନା ଗତକାଲି ରାତିରେ ଘରେ ଶୋଇଥିଲେ। ରାତି ୩ଟା ରୁ ୪ଟା ମଧ୍ୟରେ ସେ ଶୋଇଥିବା ସମୟରେ ଘରର ମାଟିକାନ୍ଥ ଟି ତାଙ୍କ ଉପରେ ଭାଙ୍ଗି ପଡ଼ିଥିଲା। ଫଳରେ ସେ ଗୁରୁତର ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଶାଳଣିଆଁ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରବର୍ତୀ ସମୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇ ସେଠାରେ ଚିକିତ୍ସିତ ହେଉଛନ୍ତି । ପୂର୍ବରୁ ତାଙ୍କ ଘରର କାନ୍ଥ ବର୍ଷା ପାଣି ପଡ଼ି ଦୁର୍ବଳ ହୋଇଥିବା ବେଳେ ଏଥର ପ୍ରବଳ ବର୍ଷା ଯୋଗୁଁ ଏପରି ଦୁର୍ଘଟଣା ଘଟିଲା ବୋଲି ପରିବାର ଲୋକେ କହିଛନ୍ତି।