ଗ୍ୟାସ୍ ଟାଙ୍କି ଫାଟି ମହିଳା ଗୁରୁତର
ଛତ୍ରପୁର, (ଓ୍ବାଇଏନଏସ) : ଗ୍ୟାସ ଟାଙ୍କି ଫାଟି ଜଣେ ମହିଳା ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ଘଟିଛି ଛତ୍ରପୁର ବ୍ଲକ ଅନ୍ତର୍ଗତ ହଂସପୁର ଗ୍ରାମ ରେ । ଗୁରୁତର ମହିଳା ଜଣଙ୍କ ହେଲେ ହଂସପୁର ଗ୍ରାମ ର ଈଶ୍ୱର ନାହାକଙ୍କ ଝିଅ ଭାରତୀ ବିଶ୍ୱାଳ ତାଙ୍କୁ ପ୍ରଥମେ ମୁନିସିପେଣ୍ଠ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଭାରତୀ ତାଙ୍କ ମାଆ ଙ୍କ ଦେହ ଖରାପ ଥିବା ରୁ ସେ ବାପ ଘରକୁ ଆସିଥିଲେ । ଆଜି ବାପ ଘରେ ଗ୍ୟାସ ଲିକେଜ ଥିବାରୁ ଗ୍ୟାସ ଅନ୍ କରିବା ପରେ ହଠାତ୍ ଟାଙ୍କିରେ ନିଆଁ ଲାଗିଥିଲା ହୁତୁ ହୁତୁ ଜଳିଥିଲା ଯାହା ସେ ଗୁରୁତ ହେବା ସହ ଘର ପୋଡି ନଷ୍ଟ ହୋଇଯାଇଛି । ଗ୍ୟାସ୍ ଲିକେଜ ଥିବା କାରଣରୁ, ଗ୍ୟାସ୍ ଅନ କରିବା ମାତ୍ରେ ଜୋରରେ ନିଆଁ ଲାଗି ଧରି ବ୍ଲାଷ୍ଟ ହୋଇଥିଲା । ଏହାର ସୂଚନା ପାଇ ଛତ୍ରପୁର ଦମକଳ ବାହିନୀ ର କର୍ମଚାରୀ ମାନେ ପହଁଚି ନିଆଁ କୁ ଆୟତ କରିଥିଲେ । ଏନେଇ ସୂଚନା ଦେଇଛନ୍ତି ପୋଟଲାମପୁର ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ଏହା ସହିତ କ୍ଷତିଗସ୍ତ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ମହିଳାଙ୍କୁ ଉତ୍ତମ ଚିକିତ୍ସା ସହ ସହାୟତା ପ୍ରଦାନ କରିବା ନିମନ୍ତେ ସେ ଅନୁରୋଧ କରିଛନ୍ତି


