ହମ୍ପ୍ସରେ ପଡ଼ି ମହିଳା ଆହତ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା କାଳିଆମ୍ବା ନାଳରେ ପୁରୁଣା ପୋଲକୁ ଭାଙ୍ଗି ନୁଆଁ ପୋଲ ତିଆରି ଚାଲିଥିବା ବେଳେ ପୋଲର ଉଭୟ ପଟେ ଗାଡ଼ି ଚାଳକ ମାନଙ୍କୁ ସତର୍କ କରାଇ ଗାଡ଼ିର ଦ୍ରୁତ ଗତିକୁ ରୋକିବା ପାଇଁ ପୋଲର ଉଭୟ ପଟେ ହମ୍ପସ୍ ନିର୍ମାଣ ହୋଇଛି, ବୁଧବାର ସନ୍ଧ୍ୟା ପ୍ରାୟ ଛଅ ଘଣ୍ଟା ତିରିଶ ମିନିଟ୍ ସମୟରେ ଗୋବରା ନିକଟସ୍ଥ ବିରିପୁର ଗ୍ରାମର ସବିତା କାଞ୍ଜିଆ କୌଣସି କାମରେ ତାଙ୍କର ସମ୍ପର୍କୀୟ ସନାତନ ଡାକୁଆଙ୍କ ସହ ବଡବୋର୍ସିଂ ଯାଇ ନିଜ ଗ୍ରାମକୁ ଫେରୁଥିଲେ, ଏହି ସମୟରେ ସବିତା ଅସାବଧାନତା ବଶତଃ ଗୋବରା କଲେଜ୍ ଛକ ନିକଟରେ ଥିବା ହମ୍ପସ୍ ରେ ମୋଟର ସାଇକେଲ୍ ରୁ ଖସି ପଡିଥିଲେ, ଫଳରେ ସବିତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା, ତାଙ୍କୁ ସଙ୍ଗେ ସଙ୍ଗେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି।


