ହାତୀ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର ଉତ୍ତ୍ୟକ୍ତ ଲୋକଙ୍କ ବନାଚଂଳ କାର୍ଯ୍ୟାଳୟ ଘେରାଉ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ତେଲକୋଇ ବିଟ୍ ଅନ୍ତର୍ଗତ ବାଦିରିଝରା କାଜୁ ଜଙ୍ଗଲରେ ଆଜି ସକାଳ ସମୟରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତୁ୍ୟବରଣ କରିଥିବାବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ବନ କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ନୀରିହ ଲୋକଙ୍କ ଲୋକଙ୍କ ଜୀବନ ଗଲା ବୋଲି ଅଭିଯୋଗ କରି ଗ୍ରାମବାସୀ ତେଲକୋଇ ବନାଚଂଳକାର୍ଯ୍ୟାଳୟଘେରାଉକରିଦୋଷୀଙ୍କବିରୁଦ୍ଧରେକାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଆଜି ସକାଳ ୬ ଟା ସମୟରେ ଉଦୟଗିରି ଗ୍ରାମର ଲାବଣ୍ୟ ପଲେଇ(୪୫) ଏବଂ ତାଙ୍କ ସ୍ୱାମୀ ଯଦୁମଣୀ ପଲେଇ(୫୦) କାଜୁତୋଳିବାକୁନିକଟସ୍ଥବାଦିରିଝରା କାଜୁ ଜଙ୍ଗଲକୁ ଯାଇଥିଲେ । କାଜୁ ଜଙ୍ଗଲଯିବାବେଳେଉଦୟଗିରି-କନ୍ତଲେଇ ରାସ୍ତାରେ ହଠାତ୍ ହାତୀପଲ ସାମନାରେ ପଡି ଯିବାରୁ ହାତୀ ଆକ୍ରମଣରେ ଉଭୟ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତେଲକୋଇ ଏବଂ ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଲାବଣ୍ୟ ପଲେଇଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ଡାକ୍ତରଖାନା ନେବା ରାସ୍ତାରେ ତାଙ୍କର ମୃତୁ୍ୟ ହୋଇଥିଲା । ହାତୀ ଆକ୍ରମଣରେ ଯଦୁମଣୀ ପଲେଇ ଙ୍କ ଅଣ୍ଟା ଓ ଛାତିରେ ଗୁରୁତର ଆଘାତ ଲାଗିଛି । ଉକ୍ତ ଗ୍ରାମ ନିକଟରେ ୨ଟି ଦଳରେ ମୋଟ ୩୬ ଟି ହାତୀ ଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ଆଗୁଆ ସତର୍କ ସୂଚନା ଦିଆଯାଇନଥିଲା । ଫଳରେ ଉଦୟଗିରି ଗ୍ରାମର ଲୋକ କାଜୁ ତୋଳିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଉକ୍ତ ଅଂଚଳରେ ହାତୀ ଥିବା ନେଇ ବନ ବିଭାଗ ପକ୍ଷରୁ ସତର୍କ ସୂଚନା କିମ୍ବା ମାଇକିଂ କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରି ବନାଚଂଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ,ଆହତଙ୍କୁ ଉତ୍ତମ ଚିକିସôା,ଉଦୟଗିରି ଗାଁକୁ ହାତୀ ଦାଉରୁ ସୁରକ୍ଷା ପାଇଁ ଚର୍ତୁପାଶ୍ୱର୍ରେ ଟ୍ରେଂଚ ଖୋଳିବା ଏବଂ ଦୋଷୀ ବନ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଉଦୟଗିରି ଗ୍ରାମର ବାଳାମଣୀ ନାୟକ,କମାଳୁ ମହାକୁଡ,ହୃଦାନନ୍ଦ ସାହୁ,ଉମାକାନ୍ତ ସାମଲ,ଦୁଷ୍ମନ୍ତ ସାମଲ,ଦେବାନନ୍ଦ ସାମଲ,କଳାକର ସାହୁ,ପଦୁ ପଲେଇ,ଅନ୍ତର୍ଯ୍ୟାମୀ ସାହୁ,ଚିତ୍ରସେନ ସାହୁ,ହୃଷି ସାହୁ,ରଣଜିତ ସାହୁ,ବିକାଶ ସାହୁ,ବିନୋଦ ସାହୁଙ୍କ ସମେତ ବହୁ ଗ୍ରାମବାସୀ ବନାଚଂଳ କାର୍ଯ୍ୟାଳୟ ଘେରାଉରେ ସାମିଲ ହୋଇଥିଲେ । ଦୁଲ୍ଲଭପୁରରେ ଗତ ୩ ଦିନ ତଳେ ହାତୀ ପଲ ରହିଥିଲେ ମଧ୍ୟ ନିକଟସ୍ଥ ଗ୍ରାମବାସୀଙ୍କୁ ଏ ନେଇ ସତର୍କ ସୂଚନା ଦିଆଯାଇନଥିବା ହୃଦାନନ୍ଦ ସାହୁ ଅଭିଯୋଗ କରିଛନ୍ତି । ହାତୀ ସ୍କ୍ୱାର୍ଡ ଏବଂ ବନ ବିଭାଗ ପେଟ୍ରୋଲିଂ ଷ୍ଟାଫ୍ ରାତିରେ ସଠିକ୍ ଭାବେ ଡୁ୍ୟଟି ନ କରି ଭୁଲ ରିପୋର୍ଟ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତେଲକୋଇ ରେଞ୍ଜର ଶିବାଜୀ ମୋହନ ରାଓ । ଦୁବୁଲାପାଲ ବିଟର ବନରକ୍ଷୀ ଏବଂ ଅନ୍ୟ ହାତୀ ସ୍କ୍ୱାର୍ଡ ଗତକାଲି ରାତି ଏବଂ ଆଜି ସକାଳେ ମାଇକିଂ କରିଥିବା କହିଛନ୍ତି । ମୃତ ମହିଳାଙ୍କ ପରିବାର ଲୋକଙ୍କ ୬ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।


