ମହିଳାଙ୍କୁ ଦୁର୍ବ୍ୟବହାର ଥାନାରେ ମାମଲା
ହାଟଡିହି (ବିକାଶ ବିଶ୍ବାଳ) : ହାଟଡିହି ବ୍ଲକ ନନ୍ଦିପଦା ଥାନା ଅନ୍ତର୍ଗତ ଅଢେଇଦ୍ୱାର ଗ୍ରାମରେ ମହିଳାଙ୍କୁ ଦୁର୍ବ୍ୟବହାର କରଯାଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାଇ ସେହି ଗ୍ରାମର ରାଜୀବ ବେହେରା ନାମକ ଜଣେ ଯୁବକ ଗତ କିଛିଦିନ ହେଲା ଜଣେ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିବା, ଅନେକ ଥର ରାତିରେ ଯାଇ ତାଙ୍କ କବାଟକୁ ବାଡେଇବା ଭଳି କାର୍ଯ୍ଯ କରି ଆସୁଛି। ଗତ ୨୫ତାରିଖ ଦିନ ମହିଳାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ତାଙ୍କ ଘରକୁ ପଶିଯାଇ ତାଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା। ତାଙ୍କ ଶାଢ଼ୀ ଟଣା ଓଟରା କରିବାରୁ ମହିଳା ଜଣକ ଚିତ୍କାର କରିବାରୁ ରାଜୀବ ଦୌଡି ପଳାଇଥିଲା। ମହିଳା ଜଣକୁ ଦୁଷ୍କର୍ମ କରିବା ଉଦ୍ଦେଶ୍ୟରେ ଏପରି ବାରମ୍ଵାର ଚେଷ୍ଟା କରୁଥିବାରୁ ସେ ବାଧ୍ୟ ହୋଇ ନନ୍ଦିପଦା ଥାନାରେ ଆଜି ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଥାନା କେସ ନଂ – ୧୪୮/୨୫ରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।