ମହିଳା ନିଖୋଜ ଘଟଣା ; ପୁଲିସ ଅଧିକାରୀଙ୍କ ବିରୋଧରେ ଗାଁ ମେଳି

ଦିଗପହଣ୍ଡି(ଅଳକ ନାଥ ମିଶ୍ର)  ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁ ର ଜଣେ ମହିଳା ତାଙ୍କ ଦୁଇ ସନ୍ତାନ ଙ୍କ ସହ ଗତ ରବିବାର ଠାରୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି।ଏନେଇ ତାଙ୍କ ସ୍ଵାମୀ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ।ଥାନାର ଜଣେ ଏସ.ଆଇ ଘଟଣାର ତଦନ୍ତ ପାଇଁ ସମ୍ପୃକ୍ତ ଗାଁ କୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କୁ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଥିବା ପ୍ରତିବାଦରେ  ଗ୍ରାମବାସୀ ମେଳି ବାନ୍ଧିଛନ୍ତି।ଶନିବାର ଗ୍ରାମର ବହୁ ସଂଖ୍ୟକ ମହିଳା ପୁରୁଷ  ଦିଗପହଣ୍ଡି ଥାନାରେ ପହଞ୍ଚି ଅସନ୍ତୋଷ ବ୍ୟକ୍ତ କରିବା ସହ ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଙ୍କୁ ଭେଟି ସମ୍ପୃକ୍ତ ପୁଲିସ ଅଧିକାରୀ ଙ୍କ ବିରୋଧରେ ଅଭିଯୋଗ କରିଥିଲେ।ଆଇଆଇସି ଉତ୍ତେଜିତ ଗ୍ରାମବାସୀ ଙ୍କୁ ବୁଝାସୁଝା କରିବା ସହ ଖୁବ୍ ଶୀଘ୍ର ଘଟଣାର ତଦନ୍ତ କରାଯିବା ର ପ୍ରତିଶୃତି ପରେ ଗ୍ରାମବାସୀ ଥାନାରୁ ଫେରିଥିବା ଜଣାପଡ଼ିଛି।ନିଖୋଜ ମହିଳା ଙ୍କ ସ୍ବାମୀ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ ମକଦ୍ଦମା ରୁଜୁ ନକରି କେବଳ ତଦନ୍ତ କରି ଫେରିଥିଲେ।ଉତ୍ତେଜିତ ଗ୍ରାମବାସୀ ଥାନାରେ ପହଞ୍ଚି ଭାରପ୍ରାପ୍ତ ଆଇଆଇସି ଙ୍କ ସହ ସବିଶେଷ ଆଲୋଚନା  କରିବା ପରେ ଥାନା ନିଖୋଜ ମାମଲା ନଂ.  ୨୦/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିବା ଜଣାପଡିଛି। ଗତ ପ୍ରାୟ ୧୪ ବର୍ଷ ପୂର୍ବେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳର ଯୁବତୀ ଜଣକ ଦିଗପହଣ୍ଡି ଥାନା ଅଧିନ ସମ୍ପୃକ୍ତ ଗାଁ ରେ ବିବାହ କରିଥିଲେ।ତାଙ୍କ ୧୩ ବର୍ଷର ଝିଅ ଏବଂ ୯ ବର୍ଷର ପୁଅ ଅଛନ୍ତି। ସ୍ତ୍ରୀ ଙ୍କ ପରକୀୟା ପ୍ରୀତିକୁ ନେଇ ଗତ କିଛିବର୍ଷ ହେଲା ସ୍ବାମୀ ସନ୍ଦେହ କରୁଥିଲେ। କିଛି ଦିନ ପୂର୍ବେ ଏନେଇ ଉଭୟଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ନେବାରୁ ପୁଲିସ ହସ୍ତକ୍ଷେପ ପରେ ଘଟଣା ସମାଧାନ ହୋଇଥିଲା।ସ୍ତ୍ରୀ ଲୁଚା ଚୋରା ରେ ଏକ ମୋବାଇଲ ଫୋନ୍ ବ୍ୟବହାର କରୁଥିବା ବେଳେ ଗତ ୩ ତାରିଖରେ ଧରାପଡିଥିଲେ। ଫୋନ ଟି କାହାର ବୋଲି ସ୍ବାମୀ ସ୍ତ୍ରୀ ଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ସ୍ବାମୀ ତାଙ୍କୁ ଚାପୁଡ଼ା ମାରିଥିଲେ।ଘଟଣାର ପରଦିନ ଠାରୁ ସ୍ତ୍ରୀ ଓ ପୁଅ ଝିଅ ନିଖୋଜ ହୋଇଯାଇଥିବା ପୁଲିସ ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ଅପରପକ୍ଷରେ  ତାଙ୍କ ଝିଅ ଙ୍କୁ କିଛିବର୍ଷ ହେଲା ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା।ସେଥିରେ ଅତିଷ୍ଠ ହୋଇ ସେ ପୁଅ ଝିଅ କୁ ଧରି କେଉଁଆଡେ ଚାଲିଯାଇଥିବା  ନିଖୋଜ ମହିଳା ଙ୍କ  ମାଆ ପୁଲିସ କୁ କହିଛନ୍ତି ।ଝିଅ ଓ ନାତୁଣୀ ନାତି ଙ୍କ ନିଖୋଜ ଘଟଣାରେ ଜ୍ବାଇଁ ଦାୟୀ ଥିବା  ସେ ଅଭିଯୋଗ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ