ନିଆଁରେ ପୋଡିହୋଇ ମହିଳା ଗୁରୁତର
ହାଟଡିହି (ଓ୍ବାଇଏନଏସ) : ଚୁଲି ନିଆଁ ରେ ପୋଡିହୋଇ ମହିଳା ଗୁରୁତର। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁ ରେ ଘଟିଛି ଏଭଳି ଏକ ଅଘଟଣ । ଗାଁର ଚନ୍ଦ୍ରମଣୀ ପତି ଙ୍କ ସ୍ତ୍ରୀ ରାଜଶ୍ରୀ ଅତ୍ଯଧିକ ଥଣ୍ଡାରୁ ଆଜି ସକାଳୁ ଚୁଲିଜାଳି ନିଆଁପୁଇଁ ହେଉଥିଲେ। ଅସାବଧାନତା କାରାଣରୁ ପିନ୍ଧିଥିବା ଶାଢୀରେ ନିଆଁ ଲାଗିଯିବାରୁ ପୋଡିହୋଇ ଗୁରୁତର ହୋଇଥିଲେ। ଆମ୍ବୁଲାନ୍ସ ସାହାଯ୍ଯରେ ପରିବାର ଲୋକେ ତାଙ୍କୁ ନେଇ ଆନନ୍ଦପୁର ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଠାରୁ କଟକ ସ୍ଥାନାନ୍ତର କରାଯାଇଛି।


