ଘରେ ପଶି ମହିଳାଙ୍କୁ ହତ୍ୟା ଧମକ ଓ ଅଳଙ୍କାର ଲୁଟ ଘଟଣା : ଅଭିଯୁକ୍ତ ଗିରଫ

 ଦିଗପହଣ୍ଡି, (ଅଳକ ନାଥ ମିଶ୍ର):  ଦିଗପହଣ୍ଡି ବ୍ଲକ କେ.ନୂଆଗାଁ ଥାନା ରାଇଗୁଡ଼ା ଗ୍ରାମ ର ମମତା ଦଳାଇ ନାମ୍ନୀ ମହିଳା ଙ୍କୁ ଘରେ ପଶି ହତ୍ୟା ଧମକ ଦେବା ସହ ଘରୁ ସୁନା ଅଳଙ୍କାର ଲୁଟି ନେବା ଅଭିଯୋଗରେ ସେହି ଗାଁ ର ପବିତ୍ର ପାଇକ କୁ ରବିବାର  ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ.ଆଇ ଜଗବନ୍ଧୁ ବାର୍ଲା  ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ଥାନା ମାମଲା ନଂ.୩୩୫/୨୫ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ପବିତ୍ର କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି । ଗତ ଶୁକ୍ରବାର ଅପରାହ୍ନ ପ୍ରାୟ ୨ ଟାରେ ଘରେ କେହି ନଥିବା ବେଳେ ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୁକ୍ତ ଏବଂ ତାଙ୍କ ୨ ସହଯୋଗୀ ଅନିଲ ଦଳାଇ ଓ ବାବୁଲା ପାଇକ ମମତା ଙ୍କ ଘରେ ପଶି ଅଶ୍ଳିଳ ଭାଷାରେ ତାଙ୍କୁ ଗାଳି କରି ଘରକରଣା ସାମଗ୍ରୀ ସବୁ ଫିଙ୍ଗା  ଫୋପଡା କରିବା ସହ ଭୟଭୀତ କରି ଘରୁ ୫ ଟି ସୁନା କାସୁ ଲାଗିଥିବା ମାଳି ଓ ସୁନା ହନୁମାନ ଲକେଟ ଲାଗିଥିବା ମାଳି ଲୁଟି ନେଇଥିଲେ। ଗର୍ଭବତୀ ଥିବା ମମତା ଙ୍କ ଯାଆ ଚାଷଜମି ରୁ କାମସାରି ଘରକୁ ଫେରିବା ପରେ ଘର ଭିତରେ ପବିତ୍ର ଙ୍କୁ ଦେଖିଥିଲେ। ତୁ କାହିଁକି ଆମ ଘରକୁ ଆସିଛି ବୋଲି  ପଚାରିବାରୁ  ସେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ଟାଣ ଓଟରା କରିଥିଲେ। ପାଟି ଶୁଣି ମମତା ଙ୍କ ଦିଅର ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିଥିଲେ।ଏନେଇ ମମତା କେ. ନୂଆଗାଁ ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ଘଟଣାର ପରଦିନ ରାତି ରେ ପୁଣି ଅଭିଯୁକ୍ତ ପବିତ୍ର ମମତା ଙ୍କ ଘର ପାଖକୁ ଆସି ତୁ ମୋ ନାଁ ରେ କେସ କରିଛୁ ପରା ତୋତେ ଜୀବନରେ ମାରିଦେବି ବୋଲି ଧମକ ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ତଦନ୍ତକାରୀ ଅଧିକାରୀ ତଥା  ନୂଆପଡ଼ା ଫାଣ୍ଡି ଏସ.ଆଇ  କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ