ନାରୀ ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ ଆଲୋଚନା ଚକ୍ର
ରାଈକିଆ, (ଆଦିତ୍ୟ ପ୍ରସାଦ ପାଢ଼ୀ) : କନ୍ଧମାଳ ଜିଲ୍ଲା ରାଈକିଆ ବ୍ଲକ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନାରୀ ସଶକ୍ତିକରଣ ସଚେତନତା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି l ଗତ ୧୯ ତାରିଖରୁ ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମର ଉଦଘାଟନୀ କରାଯାଇ ଏକ ସପ୍ତାହ ଧରି ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ସଶକ୍ତ ଓ ସଚେତନତା କରିବା ଉଦେଶ୍ୟରେ ଅନେକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି “ନାରୀ ଅଧିକାର ଓ ନାରୀ ସୁରକ୍ଷା ଆଇନା” ବିଷୟବସ୍ତୁ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ତଥା ମୁଖ୍ୟ ବିଶେଷଜ୍ଞ ଭାବରେ ବିଶିଷ୍ଠ ଆଇନୀଜୀବୀ ସୁଶାନ୍ତ କୁମାର ଜେନା ଯୋଗଦେଇ ନାରୀ ମାନଙ୍କୁ ଆଧାର କରି ସରକାରଙ୍କ ଦ୍ୱାରା ନିୟୋଜିତ ବିଭିନ୍ନ ସୁରକ୍ଷା ଅଇନି ଗୁଡ଼ିକର ତଥ୍ୟ ପ୍ରଦାନ କରିବା ସହିତ ଛାତ୍ରୀ ମାନଙ୍କୁ ସଶକ୍ତ ହେବାକୁ ଉତ୍ସାହିତ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରାଧ୍ୟାପକ ଉମାକାନ୍ତ ରଥ ସଭାପତି ଭାବେ ଯୋଗଦେଇ କାର୍ଯ୍ୟସ୍ଥଳରେ ନାରୀ ସୁରକ୍ଷା ଓ ଛାତ୍ରୀ ସୁରକ୍ଷା କୁ ଆଧାର କରି ବିଭିନ୍ନ ତଥ୍ୟ ପ୍ରଦାନ କରିବା ସହିତ ଛାତ୍ରୀ ମାନଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେଇଥିଲେ l ମହାବିଦ୍ୟାଳୟ ନାରୀ ସଶକ୍ତିକରଣ ସଂଯୋଜିକା ବରିଷ୍ଠ ଅଧ୍ୟାପିକା ମଞ୍ଜୁଳା ସାହୁ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ନାରୀ ର ଗୁରୁତ୍ୱ,ନାରୀର ମହତ୍ୱ ଏବଂ ନାରୀ ଅଧିକାର ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ବରିଷ୍ଠ ପ୍ରାଧ୍ୟାପକ ଭୁବନ ମୋହନ ସାହୁ ଯୋଗଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ କିପରି ନିଜ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରିବ ସେଥିପ୍ରତି ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ l ବରିଷ୍ଠ ରାଜନୀତି ବିଜ୍ଞାନ ଅଧ୍ୟାପକ ବେଣୁପାଣି ମହାପାତ୍ର, ଅଧ୍ୟାପକ ସାରଙ୍ଗଧର ମାମ୍ବାଲାକା, ନାରୀ ମାନଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ l ନାରୀ ସଶକ୍ତିକରଣ ସାଥୀ ଛାତ୍ରୀ ସାଇଶକ୍ତି ସାହୁ, ଏବଂ ଗାୟତ୍ରୀ ବିନ୍ଧାଣି ଆଦି ବକ୍ତବ୍ୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ମାନେ ଉପସ୍ଥିତ ଥିବା ସହିତ ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ଓଡ଼ିଆ ଅଧ୍ୟାପିକା ଲିଜାଲିନ ଭୋଇ ଅନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ l


