ମହାବିଦ୍ୟାଳୟରେ ନାରୀ ସୁରକ୍ଷା ଓ ସମ୍ମାନ ପ୍ରଦାନ କର୍ମଶାଳା
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) ଝୁମ୍ପୁରା ସ୍ଥିତ ପିଏସ ମହାବିଦ୍ୟାଳୟ କଲେଜ ର ଅଧ୍ୟକ୍ଷ ଦେବବ୍ରତ ମିଶ୍ର ଙ୍କ ଅଧ୍ୟକ୍ଷତାରେ ନାରୀ ସୁରକ୍ଷା ଓ ସମ୍ମାନ ପ୍ରଦାନ ସମ୍ପର୍କରେ ଏକ କର୍ମଶାଳା ମହାବିଦ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଝୁମ୍ପୁରା ଥାନା ଅଧିକାରିଣୀ ସୋମବାରୀ ହାଁସଦା ଙ୍କ ସମେତ ଶ୍ରୀବନ୍ତ ନାଏକ, କଲେନ୍ଦ୍ର ପ୍ରଧାନ, ସୁଜାତା ପ୍ରଧାନ, ମହାବିଦ୍ୟାଳୟ ର ଅଧ୍ୟାପକ ଶଶାଙ୍କ ଶେଖର ନାୟକ, ବିନାୟକ ମହାନ୍ତ, ପ୍ରଦ୍ୟୁମ୍ନ ବେଉରା,ଅରୁଣ ମେହେର, ଦିଲିପ କୁମାର ସେଠ, ବିଷ୍ଣୁ ଚରଣ ସାହୁ ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଲେ ପୁଲିସ କୁ ଭୟ କରିବାର ନାହିଁ, ପୁଲିସ ସଦା ସର୍ବଦା ବିପଦର ବନ୍ଧୁ ସାଜି ସହଯୋଗ ର ହାତ ବଢାଇଥାଏ। ଯେଉଁ ମାନେ ନିର୍ଯ୍ୟାତନା ଅତ୍ୟାଚାରିତା ହେଉଛନ୍ତି ସେମାନଙ୍କୁ କିପରି ନ୍ୟାୟ ପ୍ରଦାନ କରାଯିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। କଲେଜ ରେ ଅଧ୍ୟୟନ କରୁଥିବା ଛାତ୍ରୀ ମାନେ ହୁଅନ୍ତୁ ଅବା ଅନ୍ୟ ଯେକୌଣସି ମହିଳା ନିର୍ଯାତନା ର ଶିକାର ହେଲେ ତୁରନ୍ତ ପୁଲିସ ର ସାହାର୍ଯ୍ୟ ନେଇ ପାରିବେ ସେଥିପାଇଁ। ଅସୁବିଧା କିମ୍ବା ନିର୍ଯ୍ୟାତନା ର ଶିକାର ହେଉଥିବା ମହିଳା ବା ଛାତ୍ରୀ ମାନେ ତୁରନ୍ତ ହେଲ୍ପ ନମ୍ବର କୁ ଫୋନ କରିବା ପାଇଁ ପରାମର୍ଶ ଦେଇଥିଲେ। ବଡ ଭାଇ ଭଉଣୀ ମାନେ ସାନ ଭାଇ ଭଉଣୀ ମାନଙ୍କୁ କଟୁ କଥା ବା ଅପମାନିତ ହେଲା ଭଳି ବ୍ୟବହାର, ଶାରିରୀକ , ଯୌନ ନିର୍ଯାତନା ଠାରୁ ବିରତି ରହିବା ପାଇଁ ପରାମର୍ଶ ଦେଇଥିଲେ। ଯଦି ଏଥିରେ କୌଣସି ବ୍ୟତିକ୍ରମ ଦେଖା ଦିଏ ତାହେଲେ ତାଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। କର୍ମଶାଳାକୁ କଲେଜ କର୍ତ୍ତୃପକ୍ଷ ପରିଚାଳନା ରେ ସହଯୋଗ କରିଥିଲେ।


