କର୍ପୋରେଟର ଇତିଶ୍ରୀ ଦାସଙ୍କ ନେତୃତ୍ୱରେ ମହିଳା ସମ୍ମିଳନୀର ଆୟୋଜିତ
କଟକ, (ଓ୍ବାଇଏନଏସ): କଟକ ମହାନଗର ନିଗମ ୱାର୍ଡ ନମ୍ବର ୨୭ ସ୍ତିତ ଜଗନ୍ନାଥ ଲଜ ଠାରେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ଇତିଶ୍ରୀ ଦାସଙ୍କ ସଭାପତିତ୍ୱରେ ଏକ ୱାର୍ଡ ସ୍ତରୀୟ ମହିଳା ସମ୍ମିଳନୀ ଆୟୋଜିତ ହୋଇଯାଇଅଛି। ଏହି ସମ୍ମିଳନରେ ୱାର୍ଡ ର ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଟିର ମହିଳା ମାନଙ୍କୁ କିପରି ସ୍ୱାବଲମ୍ବୀ , ଆତ୍ମନିର୍ଭରତା ଏବଂ ଆର୍ଥୀକ ରୂପେ ସଶକ୍ତ କରାଯଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଏହି ସମ୍ମିଳନୀରେ କର୍ପୋରେଟର ଶ୍ରୀମତୀ ଇତିଶ୍ରୀ ଦାସ ଙ୍କ ସହିତ ମୁଖ୍ୟ ଅତିଥି ଭାବରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ, ସଂମ୍ମାନୀୟ ଅତିଥି ଭାବରେ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷା ଶ୍ରୀମତୀ ଏ ଶ୍ରୀଦେବୀ, ଶ୍ରୀମତୀ ପୁଷ୍ପିତା ମହାନ୍ତି, ଶ୍ରୀମତୀ ବନଲତା ପ୍ରଧାନ, ଶ୍ରୀମତୀ ଅରୁନ୍ଧତୀ କର, ଅନ୍ୟ ଅତିଥି ମାନଙ୍କ ମଧ୍ୟ ଆଇନଜୀବୀ ସ୍ୱଦେଶ ଦାସ, ଶ୍ରୀମତୀ ମିନା ବିଶ୍ୱାଳ, ଶ୍ରୀମତୀ ସରିତା ନାୟକ, ଶ୍ରୀମତୀ ରଂଜିତା ଦାସ, ଶ୍ରୀମତୀ ନାମିତ ଦାସ, ଶ୍ରୀମତୀ ମୌସମୀ ନନ୍ଦୀ, ଶ୍ରୀମତୀ ସୁପ୍ରତି ପଟ୍ଟନାୟକ, ଶ୍ରୀମତୀ ଭାରତୀ ଦାସ, ଶ୍ରୀମତୀ ସୁଚିତ୍ରା, ଶତାଧିକ ସ୍ୱୟଂ ସହାୟାଗ ଗୋଷ୍ଟିର ସମସ୍ତ ମହିଳା ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।


