ପୋଲିସ୍ ପକ୍ଷରୁ ନାରୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ହାଟଡିହି (ପାର୍ଥ ସୌରଭ ସା) : ରାଜ୍ୟରେ ବଡୁଥିବା ମହିଳା ମାନଙ୍କପ୍ରତି ନିର୍ଯାତନାକୁ ଦୃଷ୍ଟିରେ ରଖି ବିଭିନ୍ନ ମହାବିଦ୍ଯାଳୟରେ କେନ୍ଦୁଝର ପୋଲିସ୍ ଆରମ୍ଭ କରିଛି ଷ୍ଟୁଡେଣ୍ଟ – ପୋଲିସ୍ ଇଣ୍ଟରାକ୍ସନ୍ ପୋଗ୍ରାମ । ଏହି କ୍ରମରେ ଆଜି ଛେନାପଦିଛକ ସ୍ଥିତ ମା’ ବିଶ୍ୱ ତାରିଣୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମହିଳା ମାନଙ୍କ ସୁରକ୍ଷାକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଶୁଭସ୍ମିତା ପଳିତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନନ୍ଦିପଦା ଥାନାର ଆଇଆଇସି ଧର୍ମେନ୍ଦ୍ର କୁମାର ଶାନ୍ତି, ଏସ.ଆଇ ଅନୁପ କୁମାର କର, ଏସ.ଆଇ ବନିତା ଲାକ୍ରା ପ୍ରମୁଖ ଯୋଗଦେଇ ବର୍ତ୍ତମାନ ସମୟରେ ନାରୀ ମାନଙ୍କ ସୁରକ୍ଷା ପାଇଁ ପୋଲିସ୍ ପ୍ରତି ମୁହୂର୍ତ୍ତରେ ପ୍ରସ୍ତୁତ ଅଛି, ତେଣୁ ନାରୀମାନେ କୌଣସି ସମୟରେ ଓ କୌଣସି ପରିସ୍ଥିତିରେ ହତୋତ୍ସାହିତ ନହେବାକୁ ସଚେତନ କରାଇଥିଲେ। ଆମ ପୋଲିସ୍ ସଦସ୍ୟ ସୁଧାଂଶୁ ଦକ୍ଷିଣ ରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ଥ ଅଧ୍ଯାପକ ଅଧ୍ଯାପିକା ଉପସ୍ଥିତ ଥଲେ ।