ରାତ୍ରିରେ ଚୋରାଚାଲାଣ ହେଉଛି କାଠ: ଖବର ନାହିଁଁ ବନ ବିଭାଗ ପାଖରେ

ବୈପାରିଗୁଡା(ଓ୍ବାଇଏନଏସ) :ଦିନକୁ ଦିନ ଗାଁ ଗହଳି ସହିତ ଦୁର୍ଗମ ଅଂଚଳ ଗୁଡିକରେ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ନିଘୋଡ ନିନ୍ଦ୍ରାରେ ଶୋଇରହୁଛି କି ବନବିଭାଗ ।ଏଥିପ୍ରତି ସେହି ଅଞ୍ଚଳର ବନରକ୍ଷୀ ତଥା କାର୍ଯ୍ୟରତ କର୍ମଚାରୀ ମାନେ ଦୃଷ୍ଟି ଦେଉନଥିବା ଭଳି ସନ୍ଦେହ ବଢିବା ସମୟରେ କଣ ଘଞ୍ଚଜଙ୍ଗଲ ନଷ୍ଟ ହେବା ପଛରେ ଜଙ୍ଗଲ ବିଭାଗର କର୍ମଚାରୀଙ୍କ ହାତ ରହିଛି କି ବୋଲି ଏବେ ସାଧାରଣରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ଗତ କିଛି ବର୍ଷ ହେବ ରାସ୍ତା କଡକୁ ଛାଡି ଦେଲେ ଜଙ୍ଗଲ ଭିତରୁ ପଦା ହେବାକୁ ଲାଗୁୁଛି । ବନ କର୍ମଚାରୀ ମାନେ ଦିବାରାତ୍ରି କାର୍ଯ୍ୟ କରୁଥିବା ନେଇ ଡିଣ୍ଡମା ମାରୁଥିବା ବେଳେ କେମିତି ଗଛ କଟା ଯାଉଥିବା ସମୟରେ କିମ୍ବା ରାତ୍ରି ସମୟରେ କାଠ ଚୋରାଚାଲାଣ ହେଉଥିବା ସମୟରେ ବନରକ୍ଷୀ କିମ୍ବା ପାରା କର୍ମଚାରୀଙ୍କ ପାଖକୁ ଖବର ଆସୁନାହିଁ ନା ଜାଣିଶୁଣି ଅଜଣା ରହୁଛି ବନବିଭାଗ ତାହାକୁ ନେଇ ମଧ୍ୟ ସାଧାରଣରେ ଏବେ ଜୋରଦାର ଚର୍ଚ୍ଛାର ବିଷୟ ପାଲଟିଛି । ଗତ କିଛି ଦିନ ହେବ ବାଲିଗାଁ ସେକସନ୍ ରୁ ବିଭିନ୍ନ ଅଂଚଳକୁ ରାତ୍ରି ସମୟରେ ଗଛ କାଟି ଚୋରାଚାଲାଣ ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରୁଥିବା ବେଳେ ବିଭାଗକୁ ପଚାରିଲେ କୌଣସି ସନ୍ତୋଷଜନକ ଉତ୍ତର ମିଳୁପାରୁନାହିଁ ।ବିଭାଗର ଅବହୋଲା ଏବେ ଜଙ୍ଗଲ ନଷ୍ଟର କାରଣ ସାଜିଛି କି? ତେବେ ଏତେ ଦିନ ହେବ ଅଂଚଳରେ ଯଦି ବନ କର୍ମଚାରୀ କିମ୍ବା ଅଧିକାରୀ ପରିଚିତ ହୋଇ ନାହାନ୍ତି କି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏସମ୍ପର୍କରେ ବୈପାରିଗୁଡା ବନାଞ୍ଚଳ ଅଧିକାରୀଙ୍କୁ ଫୋନ୍ ଯୋଗେଯୋଗ କରିଥିଲେ ମଧ୍ୟ ସେଏ ଫୋନ୍ ରିସିଭି କରିପାରିନଥିବାରୁ ତାଙ୍କ ମତ ନିଆଯାଇ ପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ