ବିଶ୍ୱ ଶ୍ରମିକ ଦିବସରେ ଡହ ଡହ ଖରାରେ ଶ୍ରମିକ କରୁଛନ୍ତି କାର୍ଯ୍ୟ

ନାଉଗାଁ (ଓ୍ବାଇଏନଏସ) : ମେ ୧ ତାରିଖକୁ ବିଶ୍ୱ ଶ୍ରମିକ ଦିବସ ଭାବେ ସାରା ଦେଶରେ ପାଳନ କରାଯାଏ। ଏହି ଦିନ ଶ୍ରମିକମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ମହଲରୁ ପୁରସ୍କୃତ ଓ ସମ୍ବର୍ଦ୍ଧନା ଦିଆଯାଉଥିବା ବେଳେ ଏହାର ବିପରିତ କାର୍ଯ୍ୟ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ଓଷକଣା ପଂଚାୟତରେ ଦେଖିବାକୁ ମିଳିଥିଲା। ଏହି ପଂଚାୟତରେ ଓଷକଣା ଉପସ୍ୱାସ୍ଥ୍ୟ କେନ୍ଦ୍ରର ଚତୁପାଶ୍ୱର୍ରେ ପାଚେରୀ ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ ଦିନ ୧୨ଟା ପରେ ମଧ୍ୟ ଡହ ଡହ ଖରାରେ ଦାଦନ ଶ୍ରମିକମାନେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ସୂଚନା ଅନୁସାରେ ଏହି ପଂଚାୟତରେ ଓଷକଣା ଉପସ୍ୱାସ୍ଥ୍ୟ କେନ୍ଦ୍ରର ଚତୁପାଶ୍ୱର୍ କାର୍ଯ୍ୟ କରାଯିବା ପାଇଁ ମନରେଗା ଯୋଜନାରେ ଅର୍ଥ ମଂଜୁରୀ ହୋଇଥିବା ବେଳେ ଏହି ପ୍ରକଳ୍ପର କାର୍ଯ୍ୟାଦେଶ ଗ୍ରାମ ପଂଚାୟତ ଅଧିକାରୀଙ୍କ ନାମରେ ରହିଛି। ଏହି କାର୍ଯ୍ୟର ତଦାରଖ ଦାୟିତ୍ୱ ସରକାରୀ ଅଧିକାରୀଙ୍କ ହାତରେ ରହିଛି। ହେଲେ ମେ ୧ ତାରିଖକୁ ବିଶ୍ୱ ଶ୍ରମିକ ଦିବସ ଭାବେ ସାରା ଦେଶ ପାଳନ କରୁଥିବା ବେଳେ ଏହି ପ୍ରକଳ୍ପରେ ଦିନ ୧୨ଟା ପରେ ଡହ ଡହ ଖରାରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ଏହି ପ୍ରକଳ୍ପର କାର୍ଯ୍ୟାଦେଶ ସରକାରୀ ଅଧିକାରୀଙ୍କ ନାମରେ ରହିଥିବା ବେଳେ ଶ୍ରମ ଓ ରାଜସ୍ୱ ବିଭାଗ ପକ୍ଷରୁ ଜାରୀ ହୋଇଥିବା ନିର୍ଦ୍ଦେଶକୁ ପାଳନ କରାଯାଇନାହିଁ। ସବୁଠାରୁ ବଡକଥା ଏହି ପ୍ରକଳ୍ପ ମନରେଗା ଯୋଜନାରେ କାର୍ଯ୍ୟ ହେଉଥିବା ବେଳେ ଏହି ପ୍ରକଳ୍ପରେ ସ୍ଥାନୀୟ ଜବକାର୍ଡଧାରୀମାନଙ୍କୁ ନେଇ କାର୍ଯ୍ୟ କରାଯିବାର ନିୟମ ରହିଛି। କିନ୍ତୁ ଉକ୍ତ ପ୍ରକଳ୍ପରେ ଜବକାର୍ଡଧାରୀଙ୍କ ପରିବର୍ତେ ଦାଦନ ଶ୍ରମିକମାନେ କାର୍ଯ୍ୟ କରୁଥିବା ଦେଖାଯାଇଛି। ଯାହାକି ମନରେଗା ଆଇନକୁ ଖୁଲମଖୁଲା ସରକାରୀ ଅଧିକାରୀମାନେ ଉଲ୍ଲଘଂନ କରୁଥିବା ସାଧାରଣରେ ଆଲୋଚନା ହେଉଛି। ଏସଂର୍ପକରେ ଗ୍ରାମପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରୁଣ ପ୍ରଧାନଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ। ଏସଂର୍ପକରେ ବ୍ଲକ ଶ୍ରମ ଅଧିକାରୀ ଶାନ୍ତନୁ କୁମାର ବ୍ରହ୍ମାଙ୍କୁ ପଚାରିବାରୁ ଅଭିଯୋଗ ଉପରେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ