୧୦ଦଫା ଦାବୀ ନେଇ ଠିକାଦାର ଅଧିନରେ କାମ କରୁଥିବା ଶ୍ରମିକଙ୍କ ବିକ୍ଷୋଭ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଓଡିଶା ଖଣି ନିଗମ ରାଜ୍ୟର ସବୁଠାରୁ ଅଧିକ ଲାଭଦାୟକ ପବ୍ଲିକ ସେକ୍ଟର ସଂସ୍ଥା ହୋଇଥିଲେ ହେଁ ଠିକାଦାର ଅଧିନରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ମିଳୁନାହିଁ । ଏହାର ପ୍ରତିବାଦରେ ୧୦ଦଫା ଦାବୀ ପୂରଣ ନେଇ ଆଜି ଶୁଆକାଟୀସ୍ଥିତ ଓଡିଶା ଖଣି ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଏଆଇଟିୟୁସି ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଆଇଟିୟୁସି ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା କେନ୍ଦୁଝର ଜିଲ୍ଲା ସାଧାରଣ ସମ୍ପାଦକ ମହେଶ୍ୱର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ସମାବେଶରେ ୧ହଜାର ରୁ ଅଧିକ ଶ୍ରମିକ ଯୋଗ ଦେଇଥିଲେ । ଓଡିଶା ଖଣି ନିଗମ ଦ୍ୱାରା ପରିଚାଳିତ ଜିଲ୍ଲାରେ ଥିବା ୭ଟି ଲୌହ,ମାଙ୍ଗାନିଜ ଖଣିରେ ଖଣିଜ ପଦାର୍ଥ ଉତ୍ତୋଳନ ପାଇଁ ୭ ହଜାରରୁ ଅଧିକ ଶ୍ରମିକ କାର୍ଯ୍ୟ କରୁଛନ୍ତି । ବର୍ଷବର୍ଷ ଧରି ଶ୍ରମିକମାନେ ଠିକାଦାର ଅଧିନରେ କାମ କରୁଥିଲେ ମଧ୍ୟ ସେମାନଙ୍କୁ ଇନକ୍ରିମେଣ୍ଟ,ପଦୋନ୍ନତି ମିଳେ ନାହିଁ କିମ୍ବା ବାସଗୃହ,ଚିକିସôା ସୁବିଧା ଇତ୍ୟାଦି ମିଳୁନାହିଁ । ଠିକାଦାର ଅଧିନରେ କାମ କରୁଥିବା ଶ୍ରମିକମାନଙ୍କୁ ଶତକଡା ୮.୩୩ ହାରରେ ସର୍ବନିମ୍ନ ବୋନସ ମିଳୁଥିବାବେଳେ ଓଡିଶା ଖଣି ନିଗମ ଅଧିନରେ କାମ କରୁଥିବା ଶ୍ରମିକ ଏବଂ କର୍ମଚାରୀମାନଙ୍କୁ ଶତକଡା ୨୦ହାରରେ ବୋନସ ଦିଆଯାଉଛି । ଏହି ଅସଂଗତି ନେଇ ଦୀର୍ଘ ବର୍ଷ ଧରି ଦାବୀ ହୋଇ ଆସୁଥିଲେ ହେଁ ଓଡିଶା ଖଣି ନିଗମ ଠିକାଦରଙ୍କ ଦାବୀ ପ୍ରତି ଅଣଦେଖା କରି ଆସୁଛି । ଏପରିକି ୫୦ବର୍ଷରୁ ଅଧିକ ସମୟରୁ ନିଗମରେ ଠିକାଦାର ଅଧିନରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ମିଳୁଥିବା ବାର୍ଷିକ ୧୮ଦିନର ସିକ୍ ଲିଭ୍,ବାର୍ଷିକ ୧୫ଦିନର ପ୍ରପସନେଟ ଗ୍ରାଚୁ୍ୟଇଟି ମଧ୍ୟ ୨୦୧୯ମସିହା ଠାରୁ ବନ୍ଦ କରି ଦିଆଯାଇଛି । ଅନ୍ୟ ପ୍ରମୁଖ ଦାବୀଗୁଡିକ ମଧ୍ୟରେ ବିଭାଗୀୟ ଶ୍ରମିକମାନଙ୍କ ଭଳି ସମସ୍ତ ଠିକାଦାର ଶ୍ରମିକମାନଙ୍କୁ ୨୦ଶତକଡା ବୋନସ ଓ ଗିଫ୍ଟ ପ୍ରଦାନ କରାଯାଉ,ଶ୍ରମିକମାନଙ୍କ ବାସଗୃହ ଯୋଗାଇ ଦିଆଯାଉ କିମ୍ବା ଘରଭଡା ପ୍ରଦାନ କରାଯାଉ,ସମସ୍ତ ଠିକାଦାର ଶ୍ରମିକ ଓ ତାଙ୍କ ପରିବାର ସଦସ୍ୟମାନଙ୍କୁ ମାଗଣାରେ ଚିକିସôା ସୁବିଧା ଯୋଗାଇ ଦିଆଯାଉ,ଶ୍ରମିକମାନଙ୍କୁ ଗ୍ରୁପ ଇନ୍ସୁରାନ୍ସ କରାଯିବା ସହ ମୃତୁ୍ୟକାଳୀନ ସହାୟତା ଯୋଗାଇ ଦିଆଯାଉ,ସମସ୍ତ ଠିକାଦାର ଶ୍ରମିକମାନଙ୍କୁ ଇଏସ୍ଆଇ ସଭ୍ୟଭୂକ୍ତ କରାଯାଉ,ଚାକିରୀ ସମୟ ଭିତରେ କୌଣସି ଠିକାଦାର ଶ୍ରମିକଙ୍କ ମୃତୁ୍ୟ ହେଲେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଉ,ମାସିକ ୩୭୦୦ଟଙ୍କା ହିସାବରେ ଆଲାୱାନ୍ସ ଦିଆଯାଉ ଆଦି ଦାବୀରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ବିକ୍ଷୋଭ ସମାବେଶରେ ଏଆଇଟିୟୁସିର ଉପ ସାଧାରଣ ସମ୍ପାଦକ କପିଳ ମହାନ୍ତି,ଉପ ସଭାପତି କାହ୍ନୁଚରଣ ସାମଲ,ଶ୍ରୀହରି ଘଣା,ରାଜାରାମ ମୁଣ୍ଡା,ବଦ୍ରୁ ଜାମା,ହୃଦାନନ୍ଦ ପାତ୍ର,ବିରଂଚି ଦେହୁରୀ,ମାର୍କଣ୍ଡ ଦେହୁରୀ,ଖଗେଶ୍ୱର ମହାନ୍ତ,ବାଗରା ଚାତାର ପ୍ରମୁଖ ବକ୍ତବ୍ୟ ରଖିବା ସହ ଆନେ୍ଦାଳନରେ ସାମିଲ ହୋଇଥିଲେ । ଶେଷରେ ଆଂଚଳିକ ପରିଚାଳକଙ୍କ ଜରିଆରେ ଓଡିଶା ଖଣି ନିଗମର ପରିଚାଳନା ନିଦେ୍ର୍ଦଶକଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ୧ ମାସ ମଧ୍ୟରେ ଦାବୀ ପୂରଣ ନ ହେଲେ ଶ୍ରମିକମାନେ ଆନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତବାନୀ ଦେଇଛନ୍ତି ।