ସିଟିଜିରେ ମାନସିକ ବିଷାଦଗ୍ରସ୍ତ ପାଇଁ କର୍ମଶାଳା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସିଟିଜି ଫାଉଣ୍ଡେସନ ଦ୍ୱାରା ପ୍ରତିଷ୍ଠିତ କେନ୍ଦୁଝର ହାୟର ସେକେଣ୍ଡାରୀ ସ୍କୁଲ ଏବଂ କେନ୍ଦୁଝର ଡିଗ୍ରୀ କଲେଜରେ ଚେୟାରମ୍ୟାନ୍ ରୋଟାରିୟାନ୍ ଡ଼ ରାଜେନ୍ଦ୍ର ପଲେଇଙ୍କ ତତ୍ତ୍ୱାବଧାନରେ ଡିଏମ୍ପିଏଚ୍ ଏବଂ ଡିଏଚ୍ଏଚ୍ କେନ୍ଦୁଝରର ମିଳିତ ଉଦ୍ୟମ ଓ ଆନୁକୂଲ୍ୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଡାକ୍ତର ସୁଶାନ୍ତ କୁମାର ମାଝୀ, ପିଓ, ଡିଏମ୍ପିଏଚ୍,ଡିଏଚ୍ଏଚ୍, କେନ୍ଦୁଝର, ନମିତା ଗିରି, ସିପି, ଡିଏମ୍ପିଏଚ୍,ଡିଏଚ୍ଏଚ୍, ବିକାଶ ରଞ୍ଜନ ମହାନ୍ତ, ପିଏସ୍ଡବ୍ଲୁ୍ୟ,ଡିଏମ୍ପିଏଚ୍,ଜୟଶ୍ରୀ ଦାସ ଏବଂ ସିଟିଜିର ପ୍ରତିଷ୍ଠାତା ଏବଂ ସିଟିଜି ଗ୍ରୁପ ଅଫ୍ ଇନିଷ୍ଟିଚୁ୍ୟସନ ର ଚେୟାରମ୍ୟାନ୍ ଡ଼ ପଲେଇ ବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରଥମେ ମା’ ତାରିଣୀଙ୍କୁ ଧୂପ,ଦୀପ ଏବଂ ପୁଷ୍ପ ଅର୍ପଣ କରି ମା’ଙ୍କ ଆରାଧନା କରିବା ପରେ ଜାତୀୟ ସଂଗୀତ ଗାନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଇଂରାଜୀ ବିଭାଗର ଅଧ୍ୟାପିକା ଆୟୁସି ପାଲ ପ୍ରାରମ୍ଭରେ କର୍ମଶାଳାର ଉଦେ୍ଦଶ୍ୟ, ଲକ୍ଷ୍ୟ ବିଷୟ ଅବଗତ କରିବା ପରେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଚେୟାରମ୍ୟାନ୍ ଡ଼ ପଲେଇ ଅତିଥିମାନଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଅଭିନନ୍ଦନ ଜଣାଇଥିଲେ । ଆଜିର ବାସ୍ତୁବାଦିତ ଦୁନିଆରେ ଅତ୍ୟଧିକ ପ୍ରତିଯୋଗୀତା,ପିତାମାତାଙ୍କର ଅଧିକ ଆଶା ପୁଅ ଓ ଝିଅ ମାନଙ୍କୁ ନେଇ, ଅନିଶ୍ଚିତ ଭବିଷ୍ୟତ,ବେକାର ସମସ୍ୟା,କିଶୋର ବୟସର ପ୍ରଭାବ,ସାମାଜିକ ଚଳଣୀ ଏବଂ ଅନ୍ୟାନ୍ୟ କାରଣ ପାଇଁ ଆଜିକାଲି ଯୁବ ସମାଜ ମାନସିକ ବିଷାଦଗ୍ରସ୍ତ ହେଉଛନ୍ତି ବୋଲି ଡ଼ ପଲେଇ ମତବ୍ୟକ୍ତ କରିଥିଲେ । ଡାକ୍ତର ସୁଶାନ୍ତ କୁମାର ମାଝୀ,ଡାକ୍ତର ବିକାଶ ରଞ୍ଜନ ମହାନ୍ତ ଏବଂ ନମିତା ଗିରି ମାନସିକ ବିକାରଗ୍ରସ୍ତ ନହେବା ପାଇଁ ପିଲାମାନଙ୍କୁ ବିଭିନ୍ନ ଉପଦେଶ, ପ୍ରସ୍ତାବ, ପରାମର୍ଶର ମାର୍ଗଦର୍ଶନ କରିଥିଲେ । ମାନସିକ ବିଷାଦ ଶାରିରୀକ ଏବଂ ମାନସିକ ସ୍ତରରେ ଗଭୀର ପ୍ରଭାବ ପକାଇଥାଏ । ତେଣୁ ପ୍ରତ୍ୟେକ ଦିନ ଶାରିରୀକ ବ୍ୟାୟାମ ସହିତ ପ୍ରାଣାୟମ କରିବା ଦରକାର । ତା’ ସହିତ କିଛି ସମୟ ଧ୍ୟାନ ଏବଂ କିଛି ଖେଳାଖେଳି କରି ସମୟ ବିତାଇବା ଦରକାର । ଏକୁଟିଆ ନରହି ସାଙ୍ଗସାଥି,ପରିବାର ସହିତ ମିଶିବା ଜରୁରୀ,ନିଜର ଅନୁଶୋଚନା,ଦୁଃଖ ଏବଂ ବିଶାଦର କାରଣ ଅନ୍ୟ ମାନଙ୍କ ସହିତ ବାଣ୍ଟିବା ଦରକାର, ଫଳରେ ମନ ହାଲୁକା ହୋଇଯିବ, ଯାହାଦ୍ୱାରା କୌଣସି ନକରାତ୍ମକ ଚିନ୍ତାଧାରା ମନକୁ ଛୁଇଁବ ନାହିଁ କିମ୍ବା କରିବାକୁ ଇଚ୍ଛା ହେବ ନାହିଁ । ଏହି କର୍ମଶାଳା ପିଲାମାନଙ୍କ ଉପରେ ଭଲ ପ୍ରଭାବ ପକାଇବ ବୋଲି ଆଶା କରାଯାଏ । ଶେଷରେ ବାଣିଜ୍ୟ ବିଭାଗର ଅଧ୍ୟାପିକା ସୁଶ୍ରୀ ନିକିତା ପଲେଇ ଧନ୍ୟବାଦ ଅର୍ପଣ କଲା ପରେ କର୍ମଶାଳାର ଉଦ୍ୟାପନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ