କଳା ଦିବସର ୫୦ ବର୍ଷ ଉପଲକ୍ଷେ ଜିଲ୍ଲା କର୍ମଶାଳା

 ବାଲେଶ୍ବର (ସରୋଜ ପଣ୍ଡା) ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଇଶ୍ଵର ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ମଞ୍ଚ ଆହ୍ବାନ କରିଥିବା ବେଳେ କର୍ମଶାଳାର ରାଜ୍ୟ ମୁଖ୍ୟ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କର୍ମଶାଳା ବାବଦରେ ସମସ୍ତଙ୍କୁ ସୂଚିତ କରିଥିଲେ। ଅଖଣ୍ଡ ଭାରତର ସଂକଳ୍ପରେ କାଶ୍ମୀରରେ ପ୍ରବେଶ କରିବା ପରେ ଜନସଂଘର ପ୍ରତିଷ୍ଠାତା ଡ଼. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ତତ୍କାଳୀନ ଜମ୍ମୁକାଶ୍ମୀରର ସରକାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନିର୍ଦ୍ଦେଶରେ ଗିରଫକରି ଜେଲରେ ରଖିଥିଲେ। ସେହି କାରାଗାରରେ ତାଙ୍କର ରହସ୍ୟମୟ ମୃତ୍ୟୁ ଘଟିଥିଲା। ଉକ୍ତ ଦିନରୁ ଏହାକୁ ବଳିଦାନ ଦିବସ ଭାବେ ପାଳିତ ହୋଇଆସୁଛି।  ନ୍ୟାୟାଳୟରୁ ଦଣ୍ଡିତ ହେବାପରେ କ୍ଷମତାରୁ ଓହୋରି ନଜାଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କ୍ଷମତା ଲାଳସାରେ ଗଣତନ୍ତ୍ର ଓ ସମ୍ବିଧାନକୁ ହତ୍ୟାକରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଲୋକଙ୍କ ଠାରୁ ମୌଳିକ ଅଧିକାର, ବାକ୍ ସ୍ବାଧୀନତା ଛଡ଼ାଇ ନିଆଯାଇଥିଲା। ସେହି ଦିନକୁ କଳା ଦିବସ ରୁପେ ପାଳିତ ହୋଇଆସୁଛି। ଯଥାକ୍ରମେ ଜୁଲାଇ ୨୩ ଓ ୨୫ ତାରିଖରେ ଉକ୍ତ ଦୁଇ କାର୍ଯ୍ୟକ୍ରମକୁ ଜିଲ୍ଲାର ସମସ୍ତ ବୁଥ୍ ସ୍ତରରେ କରିବା ପାଇଁ ଉକ୍ତ କର୍ମଶାଳାରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହା ସହିତ ପର୍ଯ୍ଯାବରଣର ସୁରକ୍ଷା ପାଇଁ ଜିଲ୍ଲାରେ ବ୍ୟାପକ ବୃକ୍ଷରୋପଣର ଯୋଜନା ପ୍ରସ୍ତୁତ କରାଯାଇଥିଲା।  କୌଣସି କ୍ଷମତାଲିପ୍ସୁ ବ୍ୟକ୍ତି ବା ଦଳ ଭବିଷ୍ୟତରେ ଜରୁରୀକାଳୀନ ପରିସ୍ଥିତିର ପ୍ରୟୋଗ ନକରି ପାରିବା ପାଇଁ ଜନସଚେତନତା ସୃଷ୍ଟି କରିବା ହେଉଛି କଳା ଦିବସ ପାଳନର ମୁଖ୍ୟ ଅଭିପ୍ରାୟ ଓ ଭାରତର ଅଖଣ୍ଡତା ପାଇଁ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ଡ଼. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ମୃତି ଚାରଣ କରିବା ମାଧ୍ୟମରେ ନାଗରିକଙ୍କ ମଧ୍ୟରେ ବିଶେଷକରି ଯୁବା ପିଢ଼ିଙ୍କୁ ତାଙ୍କ ଆଦର୍ଶରେ ଉଦବୁଦ୍ଧ କରିବା ହେଉଛି ବଳିଦାନ ଦିବସ ପାଳନର ମୁଖ୍ୟ ଅଭିପ୍ରାୟ ବୋଲି ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସଦର ବିଧାୟକ ମାନସ କୁମାର ଦତ୍ତ, ପୁର୍ବତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଲମ୍ବୋଦର ନାୟକ ଓ ଜୀବନ ପ୍ରଦୀପ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ପର୍ଶୁରାମ ବେହେରା, କର୍ମଶାଳାର ସଂଯୋଜକ ଶ୍ରୀନିବାସ ପ୍ରଧାନ, ଶୋଭନା ମହାନ୍ତି ଓ ଆଶିଷ ଘୋଷ କର୍ମଶାଳାର ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସମ୍ପାଦକ ବିଜୟ ସାହୁ, ଚନ୍ଦ୍ରଶେଖର ନନ୍ଦ କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ