ବିଶ୍ଵ ଏଡସ ଦିବସ ପାଳିତ

ଛତ୍ରପୁର,(ଓ୍ବାଇଏନଏସ):  ଛତ୍ରପୁର ବ୍ଲକ ମୁନିଷିପେଣ୍ଠ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଡ଼ା ସ୍ଵାଧୀନ ରଥଙ୍କ ପୌରହିତ୍ୟରେ ଯକ୍ଷ୍ମା ରୋଗୀଙ୍କୁ ଖାଦ୍ୟ ବଣ୍ଟନ ସହ ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି। “ବିଘଟଣ ରୁ ବାହାରକୁ ବାହାରି ଏଡସ ରୋଗକୁ ତୁରନ୍ତ ସେବା ସହଯୋଗ ଯୋଗେଇ ଦେବା ” ର ଲକ୍ଷ୍ୟକୁ ଅନୁସରଣ କରି ଆଜି ଉକ୍ତ କାର୍ଯ୍ୟକ୍ରମ ପାଳିତ ହୋଇଥିଲା। ଏହି ସୁନ୍ଦର କାର୍ଯ୍ୟକ୍ରମ ରେ ୫୦ ଗୋଟି ପୋଷଣ ଯୁକ୍ତ ଖାଦ୍ୟ ଟିବି ରୋଗୀ ଙ୍କୁ ବଣ୍ଟନ କରାଗଲା। ସୂଚନା ଥାଉକି, ବିଗତ ଦିନରେ ଏମ.କେ.ସି.ଜି କନଫରେନ୍ସ ହଲରେ ବ୍ରହ୍ମପୁର ସାଂସଦ ଡ଼ା ପ୍ରଦୀପ କୁମାର ପାଣଗ୍ରାହୀଙ୍କ ମୁଖ୍ୟ ଆତିଥି ଏବଂ ଗଞ୍ଜାମ ସି.ଡି.ଏମ .ଓ ଡ଼ା ସୁଶାନ୍ତ କୁମାର  ନାୟକ, ଏମ.କେ.ସି.ଜି ଡିନ୍ ଡ଼ା ସୁଚିତ୍ରା ଦାସ, ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ବାଲୁଙ୍କେଶ୍ୱର ଷଡଙ୍ଗୀ, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡ଼ା ଅବନୀ ପତ୍ର ଏବଂ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡ଼ା ସ୍ଵାଧୀନ ରଥ ଙ୍କ ଉପସ୍ଥିତ ରେ ସମ୍ପନ୍ନ ହୋଇଥିଲା  ଜିଲ୍ଲା ସ୍ତରୀୟ ଯକ୍ଷ୍ମା ମୁକ୍ତ ପଞ୍ଚାୟତ ସମ୍ମାନିତ କାର୍ଯ୍ୟକ୍ରମ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ