ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଏଡ଼ସ ଦିବସ ପାଳିତ

ବୁଗୁଡା, (ଅନୀଲ କୁମାର ମହାରଣା) : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଯୁବ ରେଡ କ୍ରସ ଓ ରେଡ ରିବନ କ୍ଲବ ର ସ୍ବେଛାସେବୀମାନେ ଅଂଶ ଗ୍ରହଣ କରି ନଗର ପରିକ୍ରମା କରି ଏଚଆଇଭି/ଏଡ଼ସ ସମ୍ପର୍କିତ ସଚେତନ ବାର୍ତ୍ତା ପ୍ରଚାର କରିଥିଲେ। ଯୁବ ରେଡ କ୍ରସ ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନଗର ପରିକ୍ରମା ପରେ ସ୍ବେଛାସେବୀମାନଙ୍କ ମଧ୍ୟରେ ଏଡ଼ସ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ସ୍ବେଛାସେବୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଶିକ୍ଷାନୁଷ୍ଠାନର ଅଡିଟରୀୟମରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଭାରପ୍ରାପ୍ତ ଅଧ୍ୟକ୍ଷ ଶଙ୍କର ଆଶିଷ ପାତ୍ର ସଭାକାର୍ଯ୍ୟରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ରାଜନୀତି ବିଜ୍ଞାନ ଅଧ୍ଯାପକ ସନ୍ତୋଷ କୁମାର ସ୍ବାଇଁ, ଗଣିତ ଅଧ୍ୟାପକ ଡକ୍ଟର ପ୍ରିୟବ୍ରତ ପ୍ରଧାନ, ଶିଳ୍ପ ସମ୍ପର୍କ ବିଭାଗର ଅଧ୍ୟାପକ ସନ୍ତୋଷ କୁମାର ଗୌଡ଼, ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ସୁଚିତ୍ରା ପଣ୍ଡା, ଶିକ୍ଷା ବିଭାଗ ଡେମୋନଷ୍ଟ୍ରେଟର ସଂଯୁକ୍ତା ପାତ୍ର, ଗ୍ରନ୍ଥାଗାର ରକ୍ଷକ ଅର୍ଚନା ମୁନି ଯୋଗ ଦେଇଥିଲେ। ସାଧନ ବ୍ୟକ୍ତିତ୍ୱ ଭାବେ ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ବାଳ ଯୋଗ ଦେଇ ସ୍ବେଛାସେବୀ ଓ ଛାତ୍ରଛାତ୍ରୀମାନଙ୍କୁ ଏଚଆଇଭି / ଏଡ଼ସ ର କାରଣ, ନିରାକରଣ, ସରକାରଙ୍କ ଦ୍ବାରା ଯୋଗାଇ ଦିଆ ‌ଯାଉଥିବା ସହାୟତା, ମାଗଣା ଔଷଧ, ପରୀକ୍ଷା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ପରାମର୍ଶ ଦେଇଥିଲେ। ଏହି ଦିବସର ବାର୍ତ୍ତାଥିଲା “ସଂଯମତା ସହ ନୈତିକତାହିଁ ଏଡ଼ସ ରୂପକ ମହାମାରୀକୁ ନିୟନ୍ତ୍ରଣ କରିପାରିବ”। ଏଥିରେ ସ୍ବେଛାସେବୀମାନଙ୍କ ପ୍ରତ୍ୟକ୍ଷ ଯୋଗଦାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ ।ପରିଶେଷରେ ଅନୁଷ୍ଠାନର ବରିଷ୍ଠ ଅଧ୍ୟାପକ ସନ୍ତୋଷ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ