ବିଶ୍ୱ କର୍କଟ ଦିବସ ପାଳିତ

 ବାଲେଶ୍ୱର, ୦୪/୦୨/୨୦୨୬ ଆଜି ଦିବା ୧୧ ଘଟିକା ସମୟରେ ବାଲେଶ୍ୱର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଆନୁକୁଲ୍ୟରେ ବିଶ୍ୱ କର୍କଟ ଦିବସ -୨୦୨୬ ପାଳିତ ହୋଇଛି। ଏହି ଉପଲକ୍ଷେ ଜିଲ୍ଲା ତାଲିମ୍ କକ୍ଷରେ ସଚେତନତା ସଭା ଆୟୋଜିତ ହୋଇଥିଲା। ଚଳିତ ବର୍ଷର  ବିଷୟ ବସ୍ତୁ – “ଅନନ୍ୟ ଓ ସମ୍ମିଳିତ ପ୍ରୟାସ ଉପଯୋଗରେ କର୍କଟ ରୋଗର ନିରାକରଣ” ଉକ୍ତ ସଭା ଶ୍ରୀଯୁକ୍ତ ଅମୂଲ୍ୟ କୁମାର ଦାସ(ଡି ଏମ ଓ)ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସହରାଞ୍ଚଳ ବିଭିନ୍ନ  ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଆସିଥିବା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧକାରୀ ଏବଂ ଜିଲ୍ଲା ମହିଳା ସ୍ବାସ୍ଥ୍ୟ କର୍ମୀ ତାଲିମ୍ କେନ୍ଦ୍ରର ଅଧ୍ୟୟନରତ ଛାତ୍ରୀମାନେ  ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ଶ୍ରୀଯୁକ୍ତ ପ୍ରଦୀପ କୁମାର କର (ଡି ପି ଏଚ୍ଚ ଓ)ବକ୍ତବ୍ୟରେ କହିଥିଲେ କି ସହଳ ଚିହ୍ନଟ ଓ ସମ୍ପୂର୍ଣ୍ଣ ଚିକିତ୍ସା ଦ୍ଵାରା କର୍କଟ ରୋଗ ଆରୋଗ୍ୟ ସାଧ୍ୟ। ଏହା ପାଇଁ ସଚେତନତା ଆବଶ୍ୟକ।ଏପରିକି ଏକ ତୃତୀୟାଂଶ କର୍କଟ ରୋଗ ଆରୋଗ୍ୟ ସାଧ୍ୟ। ସଭାପତି ଶ୍ରୀଯୁକ୍ତ ଦାସ ତାଙ୍କ ଅଭିଭାଷଣରେ  କର୍କଟ ରୋଗର ଲକ୍ଷଣ ଯଥା ଅସ୍ବାଭାବିକ ଗୋଲି,କାଶ, ଗିଲିବାରେ କଷ୍ଟ, ଅସ୍ବାଭାବିକ ରକ୍ତସ୍ରାବ, ଅସ୍ବାଭାବିକ ଓଜନ କମିବା, ରାତିରେ ପ୍ରଚୁର ଝାଳ ବୋହିବା, ଦିର୍ଘ ଦିନ ଧରି କୌଣସି କ୍ଷତ ନ ଶୁଖିବା, ଅସ୍ବାଭାବିକ ସ୍ତନର ପରିବର୍ତନ ଉପରେ  ଗୃହରେ ମତ ରଖିଥିଲେ। ଡ଼ାକ୍ତର ଶ୍ରୀଯୁକ୍ତ ଅରୂପ ଅଭିଷେକ (epidemiologist)ନିଜର ଅଭିଭାଷଣରେ କହିଥିଲେ କି ମଦ୍ୟପାନ କରିବା, ମେରବହୁଲତା, ଶାରୀରିକ ପରିଶ୍ରମ ନ କରିବା,ତମାଖୁ ସେବନ କରିବା,କର୍ମ ପରିବେଶ ଇତ୍ୟାଦି ଉପରେ ଦୃଷ୍ଟି ଦେଲେ କର୍କଟ ରୋଗରୁ ଦୂରେଇ ରହି ପାରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସଭାରେ ଡ଼ାକ୍ତର ଶ୍ରୀଯୁକ୍ତ ସୁର୍ଯ୍ୟ ପ୍ରକାଶ ରାଉତରାୟ (ସହକାରୀ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ(ଭି ବି ଡି) କର୍କଟ ରୋଗ ନ ହେବା ପାଇଁ କଣ ପ୍ରତିଷେଧକ ବ୍ୟବସ୍ଥା ଯଥା, (ଏଚ – ପି – ଭି  ଓ ଏଚ୍ – ବି – ଭି) ଟୀକାକରଣ, ତମାଖୁ ଓ ମଦ୍ୟପାନ ଠୁ ଦୁରେଇରହିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସଭା ଶେଷରେ କ୍ଷେତ୍ର ସ୍ତରରେ କାର୍ଯ କରୁଥିବା ସ୍ବାସ୍ଥ୍ୟ କର୍ମୀ , ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଆଶା ମାନେ ଗୋଷ୍ଠୀ ସ୍ତରରେ ଅଧିକ ସଚେତନତା ସୃଷ୍ଟିପାଇଁ ନିର୍ଦ୍ଦେଶ ଦିଆଯାଇଥିଲା କାର୍ଯ୍ୟକ୍ରମକୁ ପ୍ରଦୀପ କୁମାର ସାହୁ (ଭାରପ୍ରାପ୍ତ ଜିଲ୍ଲା ଯୋଗାଯୋଗ ଅଧିକାରୀ)ଙ୍କ ପରିଚାଳନାରେ ହୋଇଥିଲା ଓ ଶେଷରେ ମୋସୁମି ସାମଲ (ଏ – ମ ଏନ୍ ସି ଡି)ଧନ୍ୟବାଦ ଜଣାଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ