ବିଶ୍ୱ ଛେନାପୋଡ଼ ଦିବସ ପାଳିତ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ବିଶ୍ୱ ଛେନାପୋଡ଼ ଦିବସ ଉପଲକ୍ଷେ ଆଜି ଜିଲ୍ଲା ପ୍ରଶାସନ କେନ୍ଦୁଝର ଓ ଓମଫେଡ, କେନ୍ଦୁଝର ଡାଏରୀର ମିଳିତ ଆନୁକୂଲ୍ୟରେ ବିଶ୍ୱ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଅଧିକାରୀ ସାର୍ଥକ ରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ କେନ୍ଦୁଝର ଓମଫେଡ ଡାଏରୀର ସୁଶୀଲ କୁମାର କାନୁନଗୋଙ୍କ ଉପସ୍ଥିତିରେ ଛେନାପୋଡ଼ କଟାଯାଇ ଏହି ଦିବସଟିକୁ ପାଳନ କରାଯାଇଥିଲା । ସୂଚନାଯୋଗ୍ୟ ପପ୍ରତ୍ୟେକ ବର୍ଷ ଏପ୍ରିଲ ୧୧ ତାରିଖକୁ ବିଶ୍ୱ ଛେନାପୋଡ଼ ଦିବସ ହିସାବରେ ପାଳନ କରାଯାଇ ଆସୁଛି । ଚଳିତ ବର୍ଷ ଓଡ଼ିଆ ଅସ୍ମିତାର ପୁନଃ ଜାଗରଣ ନିମନ୍ତେ ରାଜ୍ୟସରକାରଙ୍କ ତରଫରୁ ପାଳିତ ହେଉଥିବା ଓଡ଼ିଆ ପକ୍ଷ ଅବସରରେ ଆମ ଓଡ଼ିଶାର ଲୋକପ୍ରିୟ ମିଠା ଛେନାପୋଡ଼କୁ ବିଶ୍ୱ ବିଦିତ କରିବାରେ ସହାୟକ ହେବ ବୋଲି ଦୃଢ଼ଆଶାକରାଯାଉଛି।


