ବିଶ୍ଵ ଉପଭୋକ୍ତା ଅଧିକାର ଦିବସ ପାଳିତ
ବାଲେଶ୍ୱର (ସରୋଜ ପଣ୍ଡା): ସ୍ୱେଚ୍ଛସେବୀ ଅନୁଷ୍ଠାନ ଭରସା, ମେ ଆଇ ହେଲ୍ପ ୟୁ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ବିଶ୍ଵ ଉପଭୋକ୍ତା ଅଧିକାର ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେସମ୍ବିତ କୁମାର ଦାଶ ସହକାରୀ ଓଜନ ମାପ ଓ ବୈଧ ନିୟନ୍ତ୍ରକ ସମ୍ବିତ କୁମାର ଦାସ ଯୋଗ ଦେଇ ଉପଭୋକ୍ତା ଜିନିଷ କିଣିବା ବେଳେ ଏହାର ମାନ ଓଜନ ଏବଂ ଗୁଣବତ୍ତା ସଂପର୍କରେ ସଚେତନ ହେବା ଆବଶ୍ୟକ ରହିଛି ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ କାଉନସିଲର ଶଶିରେଖା ମହାନ୍ତି, ପ୍ରବର୍ତନ ଅଧିକାରୀ ଶୁଭେନ୍ଦୁ ଲେଙ୍କା,,ଜିଲ୍ଲା ଉପଭୋକ୍ତା ସୁରକ୍ଷା ପରିଷଦ ସଦସ୍ୟ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ପ୍ରମୁଖ ଯୋଗ ଦେଇ ଉପଭୋକ୍ତା ମାନଙ୍କୁ ସଚେତନତା କରାଇଥିଲେ।ଭରସା ସମ୍ପାଦକ ଜାଦବେଶ ମିଶ୍ର ସଭାରେ ସଭାପତିତ୍ବ କରିଥିବା ବେଳେ ଉଵାଚକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।


