ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ବିଭାଗରେ ବିଶ୍ୱ ନୃତତ୍ତ୍ୱ ଦିବସ ପାଳନ

 ଖଲ୍ଲିକୋଟ (ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଭାଗ ଆନୁକୂଲ୍ୟରେ ବିଶ୍ୱ ନୃତତ୍ତ୍ୱ ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ବିଭାଗ ମୁଖ୍ୟ ଶ୍ରୀମତୀ ପ୍ରଜ୍ଞା ପ୍ରିୟଦର୍ଶିନୀ ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ବିଭାଗ ମୁଖ୍ୟ ଶ୍ରୀମତୀ ସାହୁ ବିଶ୍ୱ ନୃତତ୍ତ୍ୱ ଦିବସ ପାଳନର ଆଭିମୁଖ୍ୟ ଓ ଉପଯୋଗିତା ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ ନୃତତ୍ତ୍ୱ ଏକ ବ୍ୟାପକ ବିଷୟ ଏବଂ ଏହି ଦିବସ ପାଳନ କରିବା ଦ୍ୱାରା ନୃତତ୍ତ୍ୱକୁ ଏକ ବିଶ୍ୱ ଦୃଷ୍ଟିରେ ଉପଲବ୍ଧି କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ l ସମ୍ମାନିତ ଅତିଥି ଭାବେ କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ ଯୋଗଦେଇ ନୃତତ୍ତ୍ୱ ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଏପରି ଉଦ୍ୟମ ନିମନ୍ତେ ବିଭାଗକୁ ପ୍ରଶଂସା କରିଥିଲେ l ଅନ୍ୟତମ ଅତିଥି ଉପକୁଳସଚିବ ଡ. ପ୍ରଶାନ୍ତ କୁମାର ନରେନ୍ଦ୍ର ଯୋଗଦେଇ ବିଶ୍ୱ ନୃତତ୍ତ୍ୱ ଦିବସ ପାଳନର ମହତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା କରିଥିଲେ l ମଂଚାସୀନ ଅନ୍ୟତମ ସମ୍ମାନିତ ଅତିଥି ବିଶ୍ୱବିଦ୍ୟାଳୟ ଛାତ୍ରକଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥ ଓଡ଼ିଶାର ଆଦିମ ଜନସମ୍ପ୍ରଦାୟଙ୍କ ସମ୍ପର୍କରେ ବର୍ଣ୍ଣନା କରିବା ସହ ଏପରି ଦିବସ ପାଳନ ସେହି ଜନ ସମ୍ପ୍ରଦାୟ ସମ୍ପର୍କରେ ସଚେତନତା ବୃଦ୍ଧି କରିବ ବୋଲି କହିଥିଲେ l ଆଜିର କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀରେ ବିଭାଗର ଅଧ୍ୟାପିକା ଡ. ରଶ୍ମିରେଖା ଦାଶ, ଡ. ଭାଗ୍ୟଶ୍ରୀ ସାହୁ, ଅଧ୍ୟାପିକା ଅନ୍ବେଷl ନାୟକ ଓ କାର୍ଯ୍ୟାଳୟ କର୍ମଚାରୀ ଶ୍ରୀଯୁକ୍ତ ଅନାଦି ବେହେରା ପ୍ରମୁଖ ବିଶେଷ ସହଯୋଗ କରିଥିଲେ l ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ନୃତତ୍ତ୍ୱ ସମ୍ପର୍କିତ ପ୍ରଦର୍ଶନୀର ଆୟୋଜନ ଏବଂ ବିଭିନ୍ନ ଜନଜାତିଙ୍କ ବେଶ ପୋଷାକ ପରିଧାନ କରିବା ଖୁବ ଆକର୍ଷଣୀୟ ହୋଇଥିଲା l ପ୍ରଦର୍ଶନୀ ଅବସରରେ ବିଭାଗର ଛାତ୍ରଛାତ୍ରୀ ତଥା ଆର୍ଯ୍ୟନ ରାଉତ, ପାୟଲ ପ୍ରଧାନ, ଜିଜ୍ଞାସା ମହାନ୍ତି, ଅଂଶିତା ବେହେରା, ଏସ. ନର୍ମଦା ଦେବୀ , ତନୀଷା ପାତ୍ର, ଅର୍ପିତା ତ୍ରିପାଠୀ, ଲିପ୍ସାରାଣୀ ଚର୍ଚ୍ଚି, ଏସ. ସିଦ୍ଧାର୍ଥ କୁମାର, ପି. ଧନପ୍ରିୟା ରେଡ୍ଡୀ, ଅରୂପ ସାହୁ, ଆୟୁଷ୍ମତି ସାହୁ, ନିକିତା ରାଣୀ ନାୟକ, ଶ୍ରଦ୍ଧାଞ୍ଜଳି ଆଚାର୍ଯ୍ୟ, ଶିଖା ରବୀନ ସାହୁ, ଜ୍ୟୋତିପ୍ରଭା ସାମଲ, ସ୍ଵିଟୀରାଣୀ ସାହୁ, ଓମ ପ୍ରକାଶ ବିଶ୍ୱାଳ, ସ୍ୱପ୍ନାରାଣୀ ବେହେରା ପ୍ରମୁଖ ପ୍ରଦର୍ଶନୀରେ ବିଭିନ୍ନ ଜନଜାତି ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ l ନୃତତ୍ତ୍ୱ ବିଭାଗର ଏହି ପ୍ରଦର୍ଶନୀ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ସମେତ ବହୁ ବିଭାଗର ଛାତ୍ରଛାତ୍ରୀ ପ୍ରଦର୍ଶନୀ ବୁଲି ଦେଖିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ