ବିଶ୍ୱ ଅଣ୍ଡା ଦିବସ ପାଳିତ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତି):  ଅକ୍ଟୋବର ମାସ ଦ୍ୱିତୀୟ ଶୁକ୍ରବାର ତଥା ଆଜି ବିଶ୍ୱ ଅଣ୍ଡା ଦିବସ ପାଳିତ ହୋଇଯାଇଛି । ଏହି ଆନୁକୂଲ୍ୟରେ କନକ ମଞ୍ଜରୀ ଶିଶୁ ଭବନଠାରେ ୧୦୦ ଜଣ ଅନ୍ତେବାସୀଙ୍କୁ ଅଣ୍ଡା ଏବଂ କଦଳୀ ବଂଟନ କରାଯାଇଥିଲା । ସେଠାରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଚନ୍ଦ୍ରଶେଖର ରଥ ଏବଂ ଶିଶୁ ଭବନର ସଂପାଦକ ସତ୍ୟନାରାୟଣ ମିଶ୍ର ଅଣ୍ଡାର ଉପାଦେୟତା,ଅନ୍ତନିର୍ହିତ ଗୁଣ ଏବଂ ଆବଶ୍ୟକତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ଅବଗତ କରିଥିଲେ । ଏହାପରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସôା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲାର ଅଗ୍ରଣୀ ଚାଷୀ ଓ ଆଶାୟୀ ଚାଷୀଙ୍କ ସମାଗମରେ ସମସ୍ତ ପ୍ରାଣୀ ଚିକିସôକଙ୍କ ଉପସ୍ଥିତିରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୁଦ୍ରନାରାୟଣ ସାମଲ,ଜିଲ୍ଲା ଶିଳ୍ପ ପ୍ରତିଷ୍ଠାନର ଉପ ପରିଚାଳକ ମାନସ କୁମାର ନାୟକ,ମହିଳା ଓ ଶିଶୁ କଲ୍ୟାଣ ଅଧିକାରିଣୀ ଚୁଲେଶ୍ୱରୀ ପଟେଲ ଯୋଗଦେଇ ଅଣ୍ଡାର ଗୁଣବତ୍ତା ଏବଂ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି ସଭାକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସôା ଅଧିକାରୀ ଡାକ୍ତର ଚନ୍ଦ୍ରଶେଖର ରଥ ପରିଚାଳନା କରିଥିଲେ । ଶେଷରେ ଅଣ୍ଡାଦିଆ କୁକୁଡା ଚାଷୀଙ୍କ ସହିତ ଭାବ ବିନିମୟ କରାଯାଇଥିଲା । ଏଠାରେ ଜିଲ୍ଲାର ଅଗ୍ରଣୀ ଅଣ୍ଡାଦିଆ କୁକୁଡା ଚାଷୀ ହିସାବରେ ସଦର ବ୍ଲକର ଧନେଶ୍ୱର ସାହୁ,ହରିହରପୁର,ସାହାରପଡା ବ୍ଲକର ଅରୁଣ କୁମାର,ପାୱାର ଏଗ୍ରୋ ଫାର୍ମ,ପଇତାମଜା ଏବଂ ତେଲକୋଇ ବ୍ଲକର ଯୁଧିଷ୍ଠିର ପ୍ରଧାନ,ବନବିହାରୀପୁରଙ୍କୁ ପୁଷ୍ପଗୁଚ୍ଛ,ଉପଢୌକନ,ମାନପତ୍ର ଏବଂ ସ୍ମରଣ ଚିହ୍ନ ପ୍ରଦାନ କରି ଯଥାକ୍ରମେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ଭାବେ ସମ୍ମାନିତ କରାଯାଇଥିଲା । ସର୍ବଶେଷରେ କେନ୍ଦୁଝର ଉପଖଣ୍ଡ ପ୍ରାଣୀ ଚିକିସôା ଅଧିକାରୀ ଡାକ୍ତର ଅଶୋକ କୁମାର ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ