ବିଶ୍ବ ପରିବେଶ ଦିବସ
ରାଇକିଆ(ପ୍ରଦୀପ ବେହେରା)- କନ୍ଧମାଳ ଜିଲ୍ଲାର ପ୍ରମୁଖ ପର୍ଯଟନ ସ୍ଥଳୀ ମଣ୍ଡାସରୁ ଇକୋ ଟୁରିଯିମ ସେଣ୍ଟର୍ ରେ ଓଡ଼ିଶା ଜୈବ ବିବିଧତା ବୋର୍ଡ ଏବଂ ରାଇକିଆ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହାକୁ ପ୍ଲାଷ୍ଟିକ ମୁକ୍ତ ରଖିବା ସହ ପରିବେଶ କୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରଯାଇଛି । ଓଡ଼ିଶା ର ପ୍ରଥମ ଜୈବ ବିବିଧତା ସ୍ଥଳୀ ମାନ୍ୟତା ପାଇଥିବା ଏହି ସ୍ଥାନକୁ ବର୍ଷ ତମାମ୍ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଙ୍କ ସୁଅ ଛୁଟୁଛି । ଏହି ପରିପ୍ରେକ୍ଷୀରେ ରେଞ୍ଜର ଯୁଧିଷ୍ଠିର ବେହେରା ଙ୍କ ତତ୍ତ୍ୱାବଧାନରେ ଏକ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଗୁମାମାହା ସରପଞ୍ଚ ପ୍ରମିଳା ପ୍ରଧାନ, ପାହାଡ଼ ଅନୁଷ୍ଠାନ ନିର୍ଦ୍ଧେଶକ ପଞ୍ଚାନନ ମିଶ୍ର ଯୋଗ ଦେଇ ସଚେତନତା କିପରି ସୁସ୍ଥ ଓ ସନ୍ତୁଳିତ ପରିବେଶ ସୃଷ୍ଟି ରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ସେ ନେଇ କହିଥିଲେ । କାର୍ଯ୍ୟକ୍ରମ ରେ ଫରେଷ୍ଟର ଉସତ୍ କହଁର, ଟି ଏଲ୍ ସଞ୍ଜୟ ମହାପାତ୍ର, ଦୁର୍ଗା ଶଙ୍କର ପ୍ରଧାନ, ସୁଧାରଞ୍ଜନ ଦିଗାଲ, ରାଜେଶ ମିଶ୍ର, ଫରେଷ୍ଟ ଗାର୍ଡ ଲିଲି କହଁର, ମୁକ୍ତଞ୍ଜଳି ନାୟକ ଏବଂ ଏସଏଚଜି ମହିଳା ଗ୍ରୁପ୍ ସଦସ୍ୟ ମାନେ ପରିଚାଳନା ରେ ସହଯୋଗ କରିଥିଲେ ।