ବିଶ୍ଵ ପରିବେଶ ଦିବସ ପାଳିତ

ପାତ୍ରପୁର,( ୱାଇଏନଏସ): ପାତ୍ରପୁର ବ୍ଳକ ତଣ୍ଡିପୁର ପଞ୍ଚାୟତ ପୋଲାରାଜପୁର ବିଦ୍ୟାଳୟରେ ପ୍ରଧାନଶିକ୍ଷକ ରାଜେଶ ମହାନ୍ତଙ୍କ ତତ୍ତ୍ଵାବଧାନରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇ ଯାଇଛି। ପରିବେଶ ସୁରକ୍ଷା ଜୀବନ ରକ୍ଷା। ଗଛ ଲଗାଇବା ଧାଡ଼ି କି ଧାଡ଼ି, ପୃଥିବୀ ପିନ୍ଧିବ ସବୁଜ ଶାଢ଼ୀ, ଇତ୍ୟାଦି ସ୍ଲୋଗାନ ଦେଇ ଥିଲେ।ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ପ୍ଲାଷ୍ଟିକ୍ ରୁ ବିଭିନ୍ନ ଆକୃତି ପ୍ରସ୍ତୁତ କରିଥିଲେ। ପରିବେଶ ସୁରକ୍ଷା ବିଷୟରେ ଛାତ୍ର ଛାତ୍ରୀ ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ବଜାରକୁ ଗଲେ ସବୁ ଦିନ କପଡା ବ୍ୟାଗ ନେଇ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା।ମାନନୀୟ ଯଶଶ୍ୱୀ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ମାଆ ପାଇଁ ଗଛ ଟିଏ, ଏହି ମର୍ମ ରେ ବିଦ୍ୟାଳୟରେ ଉତ୍ପାଦନ ହୋଇଥିବା କେତେକ ଚାରା ବଣ୍ଟନ କରାଯାଇଥିଲା। ଏଥିରେ ଆଶା ପ୍ରଧାନ, ସ୍ନେହା ସାହୁ, ପ୍ରୀତି,ସୁରଜ୍ ସାହୁ, ଶିବଶଙ୍କର, ଭୁବୁନି, ବିକାଶ, ରିତେଶ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ