ଏନ୍ବିସି ମହାବିଦ୍ୟାଳୟରେ ବିଶ୍ୱ ବନ୍ଧୁତ୍ୱ ଦିବସ ପାଳିତ
ଆସିକା (ୱାଇଏନ୍ଏସ୍) ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ୟୁନିଟ୍ ଓ ରେଡ୍ରିବନ୍ କ୍ଲବର ମିଳିତ ସହଯୋଗରେ ବିଶ୍ୱ ବନ୍ଧୁତ୍ୱ ଦିବସ ପାଳିତ ହୋଇଯାଇଛି । ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଯୁବ ରେଡକ୍ରସର ସଂଯୋଜକ ଅଧ୍ୟାପକ ଡଃ କୁନା ସୁନା ଓ ସହସଂଯୋଜିକା ଅଧ୍ୟାପିକା ଶୁଭଶ୍ରୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ ଯୋଗଦେଇ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ପ୍ରଥମ ସପ୍ତାହ ପ୍ରଥମ ରବିବାରରେ ପାଳନ କରାଯାଉଥିବା ବିଶ୍ୱ ବନ୍ଧୁତ୍ୱ ଦିବସ ପାଳନର ଲକ୍ଷ୍ୟ, ଆଭମୁଖ୍ୟ ଓ ଉଦ୍ଦେଶ୍ୟ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରି ଭଗବାନ ଶ୍ରୀକୃଷ୍ଣ ଓ ତାଙ୍କ ବନ୍ଧୁ ସୁଦାମାଙ୍କ ଅତୁଟ ବନ୍ଧୁତା ବିଷୟରେ ଉଦାହରଣ ପ୍ରଦାନ କରି ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ସୁସଂପର୍କର ବାର୍ତ୍ତା ବହନ କରିଆସୁଥିବା ଏହି ଦିବସ ଜାତି, ଧର୍ମ, ବର୍ଣ୍ଣ ଓ ସଂପ୍ରଦାୟ ସବୁକୁ ପଛରେ ପକାଉଥିଲା ବେଳେ ଏହି ଦିବସର ମହନୀୟତା ଉପରେ ଗୁରୁତ୍ୱାରୋପ କରିଥିଲେ । ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ବିଶ୍ୱ ବନ୍ଧୁତ୍ୱ ଦିବସ ପାଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ଅଧ୍ୟାପକ ରୁଦ୍ରମାଧବ ମହାନ୍ତି, ଆଲୋକ ପ୍ରଧାନ, ଉପେନ୍ଦ୍ର ମାଝୀ, ଡଃ ଜୀବନକୃଷ୍ଣ ଦାଶ, ଅଜିତ୍ କୁମାର ପଟ୍ଟନାୟକ, ଅଜିତ୍ କୁମାର ମହାପାତ୍ର, ବିକାଶ ଦିଗଲ୍, ଅଜିତ୍ କୁମାରୀ ମୁଖୀ, ଉଦିତ୍ ନାରାୟଣ ଦାଶ, ରଘୁନାଥ ପ୍ରଧାନ, ସଚ୍ଚିନ୍ ଜେନା, ଅଧ୍ୟାପିକା ସ୍ୱପ୍ନାରାଣୀ ପଟ୍ଟନାୟକ, ସୁଶ୍ରୀ ସଙ୍ଗୀତା ପଟ୍ଟନାୟକ, ସୁଶ୍ରୀ ଅର୍ପିତା ପ୍ରିୟଦର୍ଶିନୀ, ଶ୍ରୀମତୀ ଜସ୍ମିନୀ କୁମାରୀ ନାୟକ, ସୁଶ୍ରୀ କିରଣ ଡାକୁଆ, ସୁଶ୍ରୀ ସୁଜାତା ଟେଟେ, ସୁଶ୍ରୀ ରାଜେଶ୍ୱରୀ ରଥ, ସୁଶ୍ରୀ କେ.ସ୍ମିତା ପାତ୍ର, ସୁଶ୍ରୀ ସୁଚସ୍ମିତା ପଟ୍ଟନାୟକ, ସୁଶ୍ରୀ ଶୁଭଶ୍ରୀ ସାହୁ, ସୁଶ୍ରୀ ଯାଜ୍ଞସେନୀ ପ୍ରଧାନଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।