ସୌନ୍ଦର୍ଯ୍ୟ ହରାଇବ ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର: ଲୁଚି ଯାଉଛି ମନ୍ଦିର ଦୂର ଦୃଶ୍ୟ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା): ୟୁନେସ୍କୋ ମାନ୍ୟତାପ୍ରାପ୍ତ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର କଳାକୃତି, କାରୁକାର୍ଯ୍ୟ, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ଯାହାର ସୋନ୍ଦର୍ଯ୍ୟ ଦେଖିବାକୁ ସାରା ପୃଥିବୀର ପର୍ଯ୍ୟଟକ ଏଠାକୁ ଆସନ୍ତି। କିନ୍ତୁ କେନ୍ଦ୍ର ପର୍ଯ୍ୟଟନ ସଂସ୍କୃତି ବିଭାଗ ପକ୍ଷରୁ ପରିଚାଳିତ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ନିର୍ମାଣ ହେଉଥିବା ଟେନ୍ସାଇଲ ଫେବ୍ରିକ ସେଡ୍ କାର୍ଯ୍ୟ ବିଶ୍ୱ କିର୍ତ୍ତିରାଜିର ସୌନ୍ଦର୍ଯ୍ୟ ନଷ୍ଟ କରୁଛି। ପ୍ରଵେଶ ଦ୍ଵାର ପୂର୍ବରୁ ୩୦ମିଟର ଲମ୍ବ, ୧୨ମିଟର ଚଉଡ଼ା ଓ ୫.୫ ମିଟର ଉଚ୍ଚତାରେ ଏହି ବିଶାଳ ଫେବ୍ରିକ ସେଡ୍ ନିର୍ମାଣ ହେଉଛି। ଯାହା ନିର୍ମାଣରେ ଲାଗୁଛି ମୋଟା ସିମେଣ୍ଟ କଂକ୍ରିଟ ପିଲାର ସହ ମୋଟା ଓ ଓଜନଦାର ଲୁହା ପାଇପ। ଯାହା ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ନିୟମ ବାହାରେ ଓ ଗ୍ରହଣୀୟ ନୁହେଁ। ୧୮ଫୁଟରୁ ଅଧିକ ଉଚ୍ଚତା ହେଉଥିବାରୁ ମନ୍ଦିର ଗେଟ୍ ଠାରୁ ପ୍ରଵେଶ ଦ୍ଵାର ଟିକେଟ କାଉଣ୍ଟର ପର୍ଯ୍ୟନ୍ତ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଦୃଶ୍ୟମାନ ହେଉନାହିଁ । ଯାହା ଫଳରେ ସମ୍ପୂର୍ଣ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଯାହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ସହ ଦେଶ ବିଦେଶର ପର୍ଯ୍ୟଟକ ମାନେ ନାପସନ୍ଦ କରିଛନ୍ତି। ଏହି ସୂ ଉଚ୍ଚ ଫେବ୍ରିକ ସେଡ୍ କାରଣରୁ ଦୂରରୁ ମନ୍ଦିର ଦୃଶ୍ୟମାନ ହେଉନାହିଁ । ସମ୍ପୂର୍ଣ କଳାକୃତି ବିଶ୍ୱ ଐତିହ୍ୟ ସୌନ୍ଦର୍ଯ୍ୟ ପ୍ରତି ଆଙ୍ଗୁଳି ନିର୍ଦେଶ ହେଉଛି। ଏହାକୁ ଯଥାଶୀଘ୍ର ହଟାଇବାକୁ ସାମାଜିକକର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ସାମାଜିକ ଗଣମାଧ୍ୟମ ଜରିଆରେ ଦାବି କରିଛନ୍ତି। ନଚେତ୍ କୋଣାର୍କକୁ ଆସୁଥିବା ପର୍ଯ୍ୟଟକ ମାନେ ଏହି ଟେଣ୍ଟ ବା ସେଡ ଦେଖି ଫେରି ଖରାପ ଅନୁଭୂତି ନେଇ ଫେରିବେ। ଏହା ଦ୍ବାରା ସାରା ବିଶ୍ୱକୁ ଭୁଲ୍ ବାର୍ତ୍ତା ପହଞ୍ଚିବ। ମନ୍ଦିର ପରିସରରେ ବିଶ୍ରାମ କିମ୍ବା ଖରା ବର୍ଷା ପାଇଁ ସେଡ୍ ନିର୍ମାଣ କରିବାକୁ ବାହାରେ ପର୍ଯ୍ୟାପ୍ତ ସ୍ଥାନ ମଧ୍ୟ ରହିଛି। ତେଣୁ ମନ୍ଦିର ମୂଖ୍ୟ ପ୍ରଵେଶ ଦ୍ୱାରରୁ ଫେବ୍ରିକ ସେଡ୍ ହଟାଇ ଦୁଇ ପାର୍ଶ୍ଵରେ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ସେଖୱତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ, ସାଂସଦ ଡଃ ବିଭୁ ପ୍ରସାଦ ତରାଇଙ୍କୁ କୋଣାର୍କ ଅଂଚଳ ର ବୁଦ୍ଧିଜୀବୀ ଙ୍କ ସମେତ ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ ଓ ଗଣେଶ ଚନ୍ଦ୍ର ବେହେରା ନିବେଦନ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ